csstore

ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ଏକାଦଶାହ ଅବସରରେ ସ୍ମୃତିତର୍ପଣ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦମକିପାଲି ନିବାସୀ ସରକାରୀ ଓକିଲ ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଦମକିପାଲିର ଗୌନ୍ତିଆ ମୋହନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ପାଟଣଗଡ ବିଧାୟକ ସରୋଜ ମେହେର, କୁଲତା ସମାଜ ଜିଲ୍ଲା ସଭାପତି ବେଲାର ସିଂ ଭୋଇ, ଆଞ୍ଚଳିକ ସଭାପତି ଚରଣ ପ୍ରଧାନ, ଜିଲ୍ଲା ସମ୍ପାଦକ ମଧୁସୂଦନ ନାୟକ, ଡାଙ୍ଗବାହାଲ ପଞ୍ଚାୟତ ଆଞ୍ଚଳିକ ସଭାପତି ଖୁଟଲା ବାରିକ, ସମ୍ପାଦକ ଦେବରାଜ ସାହୁ, କୃଷକ ନେତା ଜ୍ୟୋତି ପ୍ରଧାନ, ଜିଲ୍ଲା ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର, ସମ୍ପାଦକ ପରଦେଶୀ ବିଶାଳ, ଶିକ୍ଷକ ଆନନ୍ଦ ସାହୁ ଆଦି ମଞ୍ଚାସୀନ ଥିଲେ ।ସର୍ବପ୍ରଥମେ ସ୍ୱର୍ଗତ ଭୋଇଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଦୀପ ପ୍ରଦାନ କରାଯାଇଥିଲା । ତାପରେ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଭୋଇଙ୍କ ଭଉଣୀ କବୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସମ୍ପାଦନାରେ ସମ୍ପାଦିତ ସ୍ମୃତିତର୍ପଣ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ମଞ୍ଚାସୀନ ଅତିଥିମାନଙ୍କର ପ୍ରସ୍ତାବରେ ଏକ ସ୍ମୃତିନ୍ୟାସ ଗଠନ କରି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସ୍ମୃତି ସଭାକୁ କବି ବିରଞ୍ଚି ନାରାୟଣ ଦାଶ ପରିଚାଳନା କରିଥିବା ବେଳେ କବି ବିଭୁଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯଥା ନାଟ୍ୟକାର ଜଗଦାନନ୍ଦ ଛୁରିଆ, ମଦନ ମୋହନ ରଥ, ଧର୍ମବ୍ରତ ରଥ, ଡାକ୍ତର ଅଶୋକ କୁମାର ସେଠୀ, କବୟିତ୍ରୀ ସଞ୍ଜୁକ୍ତା ପରିଛ୍ଛା, ସୁରୁଚି ମିଶ୍ର, ସଞ୍ଜୁକ୍ତା ଚନ୍ଦନ, ସଞ୍ଜୁକ୍ତା ପାଣିଗ୍ରାହୀ, ସଞ୍ଜୁକ୍ତା ମେହେର ଆଦି ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.