csstore

ବଲାଙ୍ଗିର ଦିନ୍‌କୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ଓ ଲୋଇସିଂହା ବିଧାୟକଙ୍କ ସୁପାରିଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ ଉତ୍ସବ ପାଳନକୁ ସରସ ସୁନ୍ଦର କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବଙ୍କୁ ସୁପାରିଶ ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏ ସମ୍ବନ୍ଧରେ ଜିଲ୍ଲାପାଳକୁ କେତେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପୂର୍ବରୁ ଅନୁରୋଧ କରିଥିଲେ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଏ ସଂକ୍ରାନ୍ତରେ ଏକ ପତ୍ର ସରକାରଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ସଂପାଦକ ପ୍ରଶାନ୍ତ ମହାକୁର, ସହସଂପାଦକ ବିନୋଦ କାଲସାଏ, ସାଂସ୍କୃତିକ ଅଧ୍ୟକ୍ଷ ଅର୍ଜୁନ ସାହୁ, ଉପଦେଷ୍ଟା କମିଟିର ସଦସ୍ୟ ବିକ୍ରମ ବହିଦାର, ରତନ ମହାରଣା, ଧର୍ମେନ୍ଦ୍ର ନନ୍ଦ, ଦିନେଶ ଶର୍ମା, ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ଶ୍ରୀକର ମିଶ୍ର, ଲୋଟସ ଷଡଙ୍ଗୀ, ସଂଜିବ ସାହୁ, ଆବାହକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.