csstore

ଛତ୍ରପୁରରୁ ବାହାରିଲା କୃଷି ରଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରୁ ବାହାରିଛି ଏକ ସଚେତନତା କୃଷି ରଥ । ଏହି ରଥ ଗ୍ରାମ ଗ୍ରାମ ବୁଲି କୃଷି ଉପରେ ବିଭିନ୍ନ ସଚେତନତା କରିବ, ଏନେଇ ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଳକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । କୃଷିରଥ ଉଦ୍‌ଘାଟନୀ ବେଳେ ଏକ ପଥପ୍ରାନ୍ତ ଅଭିନୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କୃଷି ଅଧିକାରୀ ବିଦୂର ସେଠ ମାଝୀ, ଗୋଷ୍ଠୀ କୃଷି ଅଧିକାରୀ ରାଧା ଗୋବିନ୍ଦ ଦେ, ଆତ୍ମା ଅଧ୍ୟକ୍ଷା ଶକୁନ୍ତଳା ପାତ୍ର, ସହକାରୀ କୃଷି ଅଧିକାରୀ ସୌଦାମିନୀ ପଣ୍ଡା, କୃଷି ଅଭିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଓ ସୁଦର୍ଶନ ସେଠୀ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.