csstore

ପଣ୍ତରିପାଣିରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ମେଲଛାମୁଣ୍ତା ଗ୍ରାମ ପଞ୍ଚାୟତ ପଣ୍ତରିପାଣି ଗ୍ରାମରେ ଯୁବକମାନଙ୍କର ଏକ ବୈଠକ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦେଇ ବୃକ୍ଷ ରୋପଣ ଜଙ୍ଗଲ ସୁରକ୍ଷା, ଗ୍ଲୋବାଲ ୱାର୍ମିଙ୍ଗ ଉପରେ ଆଲୋକପାତ କରିବା ସହିତ ପରିବେଶ ସୁରକ୍ଷା ପାଇଁ ଯୁବକମାନେ ଆଗେଇ ଆସି ଗାଁ ଗାଁରେ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ । ଉପସ୍ଥିତ ଯୁବକମାନଙ୍କୁ ନେଇ ପରିବେଶ ସୁରକ୍ଷା ତଥା ନିଜର, ଘରର, ଗ୍ରାମର ଓ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପଣ୍ତରିପାଣିରେ ସବୁଜ ସାଥୀ ଦଳ ଗଠନ କରାଯାଇଛି । ଦେବାନନ୍ଦ ପାଣିଗ୍ରାହୀଙ୍କୁ ସବୁଜ ସାଥୀର ମୁଖ୍ୟ ସଦସ୍ୟ ଓ ଆକାଶ ସାହୁଙ୍କୁ ପ୍ରବକ୍ତା ଭାବେ ମନୋନୀତ କରା ଯାଇଛି । ଆନନ୍ଦ ମେହେର, ସୁନୀଲ ସାହୁ, ସମୀର ବାରିକ, ରାଜକୁମାର ନାଏକ, ସୌମ୍ୟ ଭୋଇ, କୁନା ପାଣିଗ୍ରାହୀ, ଶିବ ନାୟକ, ସୁଶାନ୍ତ ମେହେର, ବିକାଶ ସାହୁ, ଋଷଭ ସାହୁ, ବିକାଶ ନାଏକ ପଣ୍ଡରିପାଣିର ସବୁଜ ସାଥୀ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ସବୁଜ ସାଥୀ ମାଧ୍ୟମରେ ପ୍ରତ୍ୟେକ ସଭ୍ୟଙ୍କ ଲୁକ୍କାୟିତ ପ୍ରତିଭାଗୁଡିକୁ ବିକଶିତ କରି ସଭ୍ୟ, ଗ୍ରାମ ତଥା ଅଞ୍ଚଳର ବିକାଶ କରାଯିବ ବୋଲି ନାଟ୍ୟକାର ପ୍ରଦୀପ କୁମାର ପଣ୍ତା ତାଙ୍କ ବକ୍ତବ୍ୟରେ ପ୍ରକାଶ କରି ଯୁବକମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.