ଅସହାୟ ମହିଳାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ମହିଳା ବୟସ ୩୫ବର୍ଷ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ସୂଚନା ଅନୁସାରେ ମହିଳା ଜଣକଙ୍କ ଜୀବିତ ଅବସ୍ଥାର କିଛି ଭୁଲ ପାଇଁ ତାଙ୍କ ସ୍ଵାମୀ ତାଙ୍କର ଶବ ସତ୍କାର ପାଇଁ ରୋକ୍ ଠୋକ୍ ମନା କରିଦେଇ ଥିଲେ । ବରଗଡ ନିଷ୍ଠା ପରିବାର ତରଫରୁ ବହୁତ ବୁଝାସୁଝା କରିବା ସତ୍ୱେ ସେ ବୁଝିନଥିାଲେ । ଭଟଲି ପୋଲିସରୁ ଏ ଖବର ନିଷ୍ଠା ପରିବାର ପାଇବା ପରେ ତୁରନ୍ତ ପହଞ୍ଚି ଶବ ସତ୍କାର କରିଥିଲେ । ଏହି ସଭ୍ୟ ସମାଜକୁ ନିଷ୍ଠାର ଗୋଟିଏ ଛୋଟ ବାର୍ତ୍ତା ଜୀବିତ ଅବସ୍ଥାରେ ଜଣେ ଯାହା ବି ଭୁଲ କଲା ତାକୁ ନ ଧରି ମୃତ୍ୟୁ ପରେ ତାକୁ ଶେଷ ସମ୍ମାନ ଦେବା ଆମର ନିଷ୍ଠା ପରିବାର କର୍ତ୍ତବ୍ୟ ବୋଲି କହିଥିଲେ । ଭଟଲି ପୋଲିସର ଉପସ୍ଥିତିରେ ନିଷ୍ଠା ପରିବାରର ମାନସ ମେହେର, ଆତିଶ ଦାସ, ମମତା ବାଗ ମୃତକଙ୍କୁ ମାଟି ଦେଇ ଶବ ସତ୍କାର କରାଯାଇଥିଲା ।

Leave A Reply

Your email address will not be published.