ଜିଲ୍ଲା ଭଲିବଲ୍ ପ୍ରତିଯୋଗିତା ଗ୍ରିଞ୍ଜେଲ୍‌ରେ ଆଗାମୀ ୬ ଓ ୭ରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଜିଲ୍ଲା ଭଲିବଲ୍ ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖ ଦୁଇଦିନ ଧରି ଗ୍ରିଞ୍ଜେଲ୍ ଗ୍ରାମରେ ଗ୍ରିଞ୍ଜେଲ ଭଲିବଲ୍ ଆସୋସିଏସନ୍‌ର ସହଯୋଗରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଇଛୁକ କ୍ଲବ, କଲେଜ ଓ ଅନୁଷ୍ଠାନମାନେ ଆସନ୍ତା ୪ ତାରିଖ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦଠାରେ ନିଜର ରେଜିଷ୍ଟ୍ରେସନ କରାଇ ନେବାକୁ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଓ ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ ଜଣାଇଛନ୍ତି ।

Leave A Reply

Your email address will not be published.