ଭାରତୀୟ ଶିକ୍ଷଣ ମଣ୍ଡଳର ବିଶେଷ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ସଭା କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖାର ବିଶେଷ ଅଧିବେଶନ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବରେ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ରବିଚନ୍ଦ୍ର ଉଦ୍‌ଗାତା ଏବଂ ମୁଖ୍ୟବକ୍ତା ଭାବରେ ଉତ୍କଳ ପ୍ରାନ୍ତ ସଂଗଠନ ମନ୍ତ୍ରୀ ମାନନୀୟ କୁମାର ଦିବାକର ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ନିଜର ବକ୍ତବ୍ୟରେ ଭାରତୀୟ ଶିକ୍ଷଣ ମଣ୍ଡଳର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଭାରତୀୟ ଶିକ୍ଷା ପଦ୍ଧତିରେ ମହିଳା ପ୍ରକୋଷ୍ଠ, ସାଲେୟ ପ୍ରକୋଷ୍ଠ, ଶୈକ୍ଷିକ ପ୍ରକୋଷ୍ଠ, ଅନୁସନ୍ଧାନ ପ୍ରକୋଷ୍ଠ ତଥା ଆଧୁନିକ ଗୁରୁକୂଳ ପଦ୍ଧତିରେ ଶିକ୍ଷାଦାନର ବ୍ୟବସ୍ଥା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅଧିବେଶନରେ ଜିଲ୍ଲା ସଂଯୋଜକ ଭାବରେ ପ୍ରଫେସର ତରୁଣ କୁମାର ମିଶ୍ର, ସହ-ସଂଯୋଜକ ଭାବରେ ଅଧ୍ୟାପକ ପ୍ରଶାନ୍ତ ବେହେରା ଓ ସୁଶ୍ରୀ ସଂଯୁକ୍ତା ପରିଚ୍ଛାଙ୍କ ନାମ ଘୋଷଣା କରାଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି ଯତୀନ୍ଦ୍ର ମୋହନ ପାଠୀ, ରାମଚନ୍ଦ୍ର ପଟେଲ, ଶୁଶାନ୍ତ କୁମାର ନାଏକ, ସତ୍ୟବନ୍ତ ବେଦବାକ, ତରଣୀସେନ ପଟେଲ, ବିରଂଚି ନାରାୟଣ ଦାଶ, ମାଳତି ଉଦ୍‌ଗାତା, କପିଳ ପତି, ସୁଶ୍ରୀ ସବିତା ଭୋଇ, ଛବିଲାଲ ବେହେରା, ଗୋପାଳଚନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, କରୁଣାକର ବିଶ୍ୱାଲ, ମଦନ ମୋହନ ରଥ, ଜ୍ୟୋତିରାଣୀ ମିଶ୍ର, ବଳିଷ୍ଠ ପ୍ରଧାନ, ତାରାକାନ୍ତ ମିଶ୍ର, ରଂଜିତ ପାତ୍ର, ରଘୁନାଥ ମିଶ୍ର, ପ୍ରଦ୍ୟୁମ୍ନ ଗଡତ୍ୟା, ସାନ୍ତନୁ ସାହୁ, ପ୍ରଣବ ନାୟକ, ସନ୍ତୋଷ କୁମାର ବେହେରା, ଦୟାନିଧି ନାଏକ, ହୃଷିକେଶ ପୁରୋହିତ ପ୍ରମୁଖ ନିଜ ମତବ୍ୟକ୍ତ କରିଥିଲେ । ଧର୍ମବ୍ରତ ରଥ ମଂଚ ପରିଚାଳନା କରିଥିଲେ । ଅଚ୍ୟୁତାନନ୍ଦ ଉଦ୍‌ଗାତା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.