ବଲାଙ୍ଗିର, (କେପିଏନ୍ଏସ୍) : ୧୮୯ ବାଟାଲିୟନ ସିଆର୍ପିଏଫ୍ ପକ୍ଷରୁ ଗତକାଲି ଶାନ୍ତିପଡା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ସହରର ଜଣାଶୁଣା ଦଳଗୁଡିକ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଫାୟାର ଏଣ୍ଡ ଏମାରଜେନ୍ସି ସଭିସେସ୍ ଭଲିବଲ ଟିମ୍, ବଲାଙ୍ଗିର ଭଲିବଲ ଟିମ୍, ଲୋକପଡା ଭଲିବଲ ଟିମ୍, ସିବତଲା ଭଲିବଲ୍ ଟିମ୍ ଓ ୧୮୯ ବାଟାଲିୟନ ସିଆର୍ପିଏଫ୍ର ଏକ ଟିମ୍ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରାଣକୃଷ୍ଣ ସାହୁ ଦ୍ୱିତୀୟ କମାଣ୍ଡ ଅଧିକାରୀ ରିବନ୍ କାଟି ଉଦ୍ଘାଟନ କରିଥିଲେ । ଭଲିବଲ୍ କୋଚ୍ ଖେଳାଳୀମାନଙ୍କ ଗୋଟି ଗୋଟି କରି ପରିଚୟ କରାଇଥିଲେ । ତା’ପରେ ଭଲିବଲ୍ ଖେଳ ଆରମ୍ଭ ହୋଇଥିଲା । ଶେଷରେ ବଲାଙ୍ଗିର ଭଲିବଲ୍ ଟିମ୍କୁ ବିଜେତା ଘୋଷଣା କରାଗଲା । ପ୍ରାଣକୃଷ୍ଣ ସାହୁ ଦ୍ୱିତୀୟ କମାନ ଅଧିକାରୀଙ୍କ ଦ୍ୱାରା କମାଣ୍ଡେଣ୍ଟ ୧୮୯ ବାଟାଲିୟନଙ୍କ ତରଫରୁ ସମସ୍ତ ଖେଳାଳୀମାନଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପୁରସ୍କାର ଦେବା ସହ ପ୍ରସଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରଶାନ୍ତ ପଟ୍ଟନାୟକ, ଓଡିଶା ରାଜ୍ୟ ଭଲିବଲ୍ କୋଚ୍, ଜେ.ଆର୍. ପରିଡା, ବଲାଙ୍ଗିରର ପିଟି ଇନିସ୍ପେକ୍ଟର, ବିନେଦ କୁମାର ଟଣ୍ଡନ, ଡେପୁଟି କମାଣ୍ଡେଣ୍ଟ, ନିରୀକ୍ଷକ ପି. ଲିମଙ୍ଗସ୍ ଓ ସିଆର୍ପିଏଫ୍ର ଅନେକ ଜବାନ ଉପସ୍ଥିତ ଥିଲେ ।
Prev Post