ଜିଲ୍ଲାଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମ୍ମିଳନୀ ଆୟୋଜିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନାବାର୍ଡ ଡିଡିଏମ୍‌ ହଟକିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଏଡିଏମ୍‌ ବରଗଡ ମିର୍ଧା ଟପ୍ପୋ, ପିଡି ଡଆରଡିଏ କୁର୍ତ୍ତିବାସ ରାଉତ, ଏଲଡିଏମ୍‌ ଏସବିଆଇ ସୀତାରାମ ମେହେର ଯୋଗଦାନ କରି ନାବାର୍ଡର ପିଏଲପିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିଲିସ୍ତା ଲାକ୍ରା ଡିଏଫଓ, ସନ୍ତୋଷ କୁମାର ମହାରଣା ସିଡିଏଓ, ଲଷ୍ମୀଧର ସୁନା, ଜିଏମ ଡିଆଇସି, ନୃସିଂହ ବାରିକ, ସିନିଅର ସାଇଣ୍ଟିଷ୍ଟ କେଭିକେ ଗମ୍ଭାରୀପାଲି, ଗୋବିନ୍ଦ ପଣ୍ଡା ଏଡିଏଚ ଓ ଜିଲ୍ଲାର ସମସ୍ତ ବ୍ୟାଙ୍କ ଓ ଏନଜିଓ କର୍ମକର୍ତା ଯୋଗଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେହେରା ନାବାର୍ଡର ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଏନ୍‌ଏଲ୍‌ଏଫ୍‌ଟି ଅଧ୍ୟକ୍ଷ କଲାକାହ୍ନୁ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.