centurian jitm

ମମିତା ମେହେର ନିଖୋଜ ଘଟଣା : ସିନ୍ଧେକେଲା ବୁଢିପଦର ଗାଁ ଆଖୁ କିଆରିରୁ ଗିରଫ ହେଲେ ଗୋବିନ୍ଦ ସାହୁ

nschool

କଂଟାବାଂଜି, (ମନିଷ କୁମାର ହଂସ) : ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍ଥିତ ସନସାଇନ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତ ମେହେରଙ୍କ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ସିନ୍ଧେକେଲା ଥାନା ବୁଢିପଦର ଆଖୁ କିଆରିରୁ ଗିରଫ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଗୋବିନ୍ଦ ସାହୁଙ୍କୁ ଆଖୁ କିଆରିରୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି । ଗିରଫ ପରେ ବଲାଙ୍ଗିରକୁ ନିଆଯାଇଥିବା ଜଣାପଡିଛି ।

ପ୍ରକାଶ ଥାଉକି ଗତ ୮ ତାରିଖ ଦିନ ମମିତା ମେହେର ଫୋନ ଯୋଗେ ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁଙ୍କ ଡାକରାରେ ମହାଲିଙ୍ଗକୁ ନିଜ ଗାଁ ଝରଣିରୁ ଯାଇଥିଲେ । ମହାଲିଙ୍ଗକୁ ଯିବା ପରିବର୍ତେ ତାଙ୍କୁ ଅଧବାଟରୁ ଏକ କାର ଯୋଗେ ଗୋବିନ୍ଦ ସାହୁ କେଉଁ ଆଡେ ନେଇ ଯାଇଥିଲେ ତାହା ଜଣାପଡି ନ ଥିଲା । ଦୀର୍ଘ ୧୧ ଦିନର ବ୍ୟବଧାନ ପରେ ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ହୋଇ ସିନ୍ଧେକେଲା ଥାନା ବୁଢିପଦର ଗାଁର ଏକ ଆଖୁ କିଆରିରେ ଲୁଚିଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ପୋଲିସ ଆଖୁ କିଆରିରୁ ଗିରଫ କରିଛି । ଏହା ପରେ ବଲାଙ୍ଗିରକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଏ । ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ପରିଚାଳନା ସମିତିର ସଭାପତି ତଥା ପ୍ରତିଷ୍ଠାତା ଗୋବିନ୍ଦ ସାହୁ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ବଡ ବଡିଆ ନେତାଙ୍କ ସହ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ଏପରିକି ବିଭିନ୍ନ ସମୟରେ ସେସ୍କ ସ୍କାଣ୍ଡାଳ କରି ଛାତ୍ରୀମାନଙ୍କ ଜୀବନ ସହ ଖେଳୁଥିବା ଅନେକ ତଥ୍ୟ ମମିତା ମେହେର ସଂଗ୍ରହ କରି ରଖିଥିବାରୁ ତାଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖନ ହେବା ନେଇ କଲେଜର ମିଟିଂ ଦର୍ଶାଇ ତାଙ୍କୁ ମହାଲିଂଗକୁ ଡାକିଥିଲେ ଏବଂ ସମସ୍ତ ତଥ୍ୟକୁ ଚପାଇବା ପାଇଁ ଚେଷ୍ଟା କରିବା ମଧ୍ୟରେ ବିଫଳତା ପରେ ତାଙ୍କୁ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମଂଗଲବାର ଦିନ ମହାବିଦ୍ୟାଳୟର ଷ୍ଟାଡିୟମରୁ ମିଳିଥିବା ତଥ୍ୟ ଅନୁସାରେ ମମିତାକୁ ହତ୍ୟା କରାଯାଇଥିବା ପରିବାର ବର୍ଗ ସଂଦେହ କରୁଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ମଧ୍ୟ ମମିତାର କୌଣସି ଖୋଜ ଖବର ନାହିଁ । ମମିତାର ହତ୍ୟା ଘଟଣାରେ ଗ୍ରାମବାସୀ ସ୍ତବ୍ଧ ହୋଇ ଯାଇଥିବା ବେଳେ ଦୋଷୀକୁ ଉଚିତ ଦଣ୍ଡ ବିଧାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ଏପରିକି ଏହି ଘଟଣାରେ ସଂପୃକ୍ତି ଥିବା ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇ ସି.ବି.ଆଇ. ତଦନ୍ତ ଦାବୀ କରିଛନ୍ତି ।

Leave A Reply

Your email address will not be published.