csstore

ନିଶାସକ୍ତ ଅବସ୍ଥାରେ ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

କଂଟାବାଂଜି, (ମନୀଷ କୁମାର ହଂସ) : ତୁରେକେଲା ବ୍ଲକ କଂଟାବାଂଜି ଥାନା ଅଧିନସ୍ଥ ଚଟୁଅନକା ଗ୍ରା.ପ.ର ମାଲିପଡା ନିବାସୀ ଜଣେ ଯୁବକ ଗତ ରାତିରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ ଦେଇଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଉତର ମାଝି(୨୬) ଶୁକ୍ରବାର ରାତିରେ ନିଜ ଘରେ ମଧ୍ୟ ରାତ୍ରିରେ ନିଶାସକ୍ତ ହୋଇ ନିଜ ବେକରେ ଦଉଡି ଲଗାଇ ଆତ୍ମ ହତ୍ୟା କରିଥବା ବେଳେ ଉକ୍ତ ଯୁବକ ଜଣକ ଗତ ଜାନୁୟାରି ମାସରେ ବିବାହ କରିଥିବା ବେଳେ ପ୍ରତ୍ୟେକଦିନ ନିଶାସକ୍ତ ଅବସ୍ଥାରେ ଆସି ଘରେ ଗଣ୍ଡଗୋଲ କରିଥାନ୍ତି । ତେବେ କାଲି ମଧ୍ୟ ଗଣ୍ଡଗୋଲ କରି କେଉଁ ଆଡେ ପଲାଇ ଯାଇଥିବା ବେଳେ ଘର ଲୋକେ ଖୋଜା ଖୋଜି କରିଥିଲେ । ହେଲେ ପରିବାର ଲୋକେ ସକାଳୁ ଯାଣିବାକୁ ପାଇଲେ ଯେ ଏକ କୋଠରୀରରେ ଭିତର ପଟୁ କବାଟ ବନ୍ଧ ରହିଥିଲା ଯାହାକି ପରିବାର ଲୋକେ ଡାକିବାରୁ ନ ଶୁଣିବାରୁ ସଂଦେହ କରି କଂଟାବାଂଜି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତକ ଯୁବକର ଝୁଲନ୍ତା ଦେହ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇ ଦେଇ ତଦନ୍ତ କରୁଥିବା ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.