csstore

ମିର୍ଦ୍ଧାପାଲିର ଦକ୍ଷ ସଂଗଠକ ଜନାର୍ଦ୍ଦନ ପଟେଲ ପୁଣି କଂଗ୍ରେସକୁ ଫେରିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନର ରାଜନୀତିରୁ ମା’ ମାଟି ଓ ଜନସାଧାରଣ ଦୂରେ ରହିଯାଉଛନ୍ତି । କେବଳ ଦଳୀୟ ନେତା ଓ ଦଳ ସର୍ବେସର୍ବା ପାଲଟୁଛନ୍ତି । ଦୀର୍ଘ ୨୧ ବର୍ଷର ଏପରି କୁତ୍ସିତ ରାଜନୀତି ଉପରେ ଗ୍ରାମବାସୀ ବିଶ୍ୱାସ ହରାଇଲେଣି । ଏଭଳି ସ୍ଥିତିରେ ମାଁ ମାଟି ଓ ଜନତା ପାଇଁ ଲଢୁଥିବା ପଶ୍ଚିମ ଓଡିଶାର ଅନ୍ୟତମ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ଗାଁ ଗଣ୍ଡା ସହର ତଥା ଅପହଞ୍ଚ ଇଲାକାରେ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟରେ ଉଦ୍‌ବୁଦ୍ଧ ହୋଇ ଜନାର୍ଦ୍ଦନ ପଟେଲ ଆଜି କଂଗ୍ରେସ ଦଳକୁ ଫେରି ଆସି କଂଗ୍ରେସ ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ମିର୍ଦ୍ଦାପାଲି ଅଂଚଳରେ ଏଭଳି ଜଣେ ଦକ୍ଷ ଲଢୁଆ ନେତା ଜନସାଧାରଣଙ୍କ ଦାବୀ ସମେତ କଂଗ୍ରେସ ପାର୍ଟିକୁ ଆହୁରି ମଜ୍‌ବୁତ କରିବ ବୋଲି ଆଶା ପ୍ରକାଶ ପାଇଛି । ଶ୍ରୀ ପଟେଲ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ଦଳରେ ଯୋଗଦାନ କରିଥିବା ସୂଚନା ରହିଛି । ଶ୍ରୀ ମିଶ୍ର ମଧ୍ୟ ଏଭଳି ଦକ୍ଷ କର୍ମୀଙ୍କୁ ସାଦର ସହ ସ୍ୱାଗତ ଜଣାଇଥିବା ସୂଚନା ରହିଛି ।

jayashree
Leave A Reply

Your email address will not be published.