csstore

ରାୟପୁର ରେଲଓ୍ୱେ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ : ୬ ଜଣ ଯବାନ ଆହତ

ଛତିଶଗଡ଼ : ରାୟପୁର ରେଲଓ୍ୱେ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ ହେବା ଫଳରେ ସିଆଇଏସଏଫର ୬ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ସିଆଇଏସଏଫ୍ ୨୧୧ ବାଟାଲିଅନର ଯବାନମାନେ ସ୍ପେଶାଲ୍ ଟ୍ରେନ୍ ଯୋଗେ ଜମ୍ମୁ ଯାଉଥିବା ବେଳେ ଛତିଶଗଡ଼ର ରାୟପୁର ରେଲଓ୍ୱେ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ବିସ୍ଫୋରକ ସାମଗ୍ରୀକୁ ଗୋଟିଏ ବଗିରୁ ଅନ୍ୟ ବଗିକୁ ସ୍ଥାନାନ୍ତର କରିବା ବେଳେ ସକାଳ ପ୍ରାୟ ୬ଟା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏହି ଘଟଣା ପରେ ଷ୍ଟେସନରେ ପହଞ୍ଚିଛନ୍ତି ସିଆଉଏସଏଫର ବରିଷ୍ଠ ଅଧିକାରୀ ।

jayashree
Leave A Reply

Your email address will not be published.