ଛୁଆରୀ ମାତାଙ୍କ ଭୋଗ ଖାଉଛି ଜଙ୍ଗଲି ଭାଲୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ବ୍ଲକ ସାଲିହା ସଂରକ୍ଷିତ ଜଙ୍ଗଲର ଜନ୍ମଦାତ୍ରୀ ଆଦିଶକ୍ତି ଛୁଆରୀ ମାତା ମନ୍ଦିରରେ ନବରାତ୍ରି ଅବସରରେ ନବମୀ ପୂଜା ଚାଲିଥିଲା । ଏହି ସମୟରେ ଜଙ୍ଗଲି ଭାଲୁ ମନ୍ଦିରକୁ ଆସି ମା’ଙ୍କ ଦର୍ଶନ କରି ଭକ୍ତଙ୍କ ହାତରୁ ନଡିଆ ଭୋଗ ଖାଇ ଫେରି ଯାଉଛନ୍ତି । ସୂଚନା ଅନୁସାରେ କଣାଭଇଁରା ସଂରକ୍ଷିତ ଜଙ୍ଗଲର ତୀକ୍ଷ୍ଣ ପଥର ଚଟାଣ ଉପରେ ପାହାଡ଼ ଶୀର୍ଷରେ ରହିଛି ଜନ୍ମଦାତ୍ରୀ ଆଦିଶକ୍ତି ଛୁଆରୀ ମାତାଙ୍କ ମନ୍ଦିର । ଏହି ମନ୍ଦିରରେ ଦଶହରା ପର୍ବ ଉପଲକ୍ଷେ ନବରାତ୍ରି ପୂଜା ଆୟୋଜିତ ହେଉଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମା’ଙ୍କ ଆଳତି ହୋଇ ଆମ ରୀତିନୀତି ଅନୁଯାଇ ନଡିଆ, କଦଳୀ ଭୋଗ ଲାଗିହୁଏ । ଏବେ ଦୁଇଗୋଟି ଜଙ୍ଗଲି ଭାଲୁ ମନ୍ଦିର ପରିସରକୁ ଆସି ମା’ଙ୍କ ଦର୍ଶନ କରୁଛନ୍ତି । ସେଠାରେ ଭକ୍ତଙ୍କ ହାତରୁ ନଡିଆ ଭୋଗ ଖାଇ ଦୁଇ ଭାଲୁ ଜଙ୍ଗଲ ଭିତରକୁ ଫେରି ଯାଉଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତେବେ ଏହା ମା’ଙ୍କ ଆଶୀର୍ବାଦ ହେଉ କି ଭୋକ ବିକଳରେ ହେଉ । କିନ୍ତୁ ମଣିଷ ହାତରୁ ଜଙ୍ଗଲି ଭାଲୁ ନଡ଼ିଆ ଭୋଗ ଖାଇବା, ଏଇ ନିଆଁରା ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଜଙ୍ଗଲି ଭାଲୁ ମଣିଷ ହାତରୁ ଭୋଗ ଖାଉଥିବା ସମ୍ପର୍କ ଲୋକଙ୍କୁ ଆଶ୍ଚର୍ୟ୍ୟ କରୁଛି । ଏହି ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି ।

Leave A Reply

Your email address will not be published.