ପୂର୍ବତନ ଶିକ୍ଷକ ନେତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଓଷ୍ଟା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଷ୍ଟା ଗଞ୍ଜାମ ଜିଲ୍ଲାର ପୂର୍ବତନ ଶିକ୍ଷକ ନେତା ତଥା ନରେନ୍ଦ୍ରପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଲମ୍ବୋଦର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ନରେନ୍ଦ୍ରପୁର ସ୍ଥିତ ତାଙ୍କର ବାସଭବନ ଠାରେ ଓଷ୍ଟା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଓଷ୍ଟା, ଗଞ୍ଜାମ ଜିଲ୍ଲା ସଂପାଦକ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଷ୍ଟା ରାଜ୍ୟ ସଂଗଠନର ପୂର୍ବତନ କୋଷାଧ୍ୟକ୍ଷ ତଥା ଗଞ୍ଜାମର ପ୍ରାକ୍ତନ ସଂପାଦକ ରୋଟାରୀଆନ୍ କାମରାଜୁ ମହାରଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ଶିକ୍ଷକତା ଜୀବନ, ସ୍ପଷ୍ଟବାଦିତା, ସାଂଗଠନିକ ଦକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଧାନଶିକ୍ଷକ ବିପିନ୍ ଚନ୍ଦ୍ର ସାହୁ, ଅଶୋକ କୁମାର ଦଳାଇ, ଭିକାରୀ ଚରଣ ଗୌଡ, ଅବସରପ୍ରାପ୍ତ କୃଷି ଅଧିକାରୀ ସୁବାଷଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଶୁଭେଚ୍ଛୁ ତଥା ସ୍ୱର୍ଗତଙ୍କ ଆତ୍ମୀୟବନ୍ଧୁ, ପରିବାର ଯୋଗଦେଇ ଶ୍ରଦ୍ଧା ସୂମନ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.