oom

କେଏମ୍‌ପି ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ କଲର ବେଲ୍ଟ ପ୍ରତିଯୋଗିତା

jsmm

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ ୨୪ତମ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ତଥା ଆନ୍ତର୍ଜାତୀୟ କୋଚ୍ କେ. ମନୋଜ ପ୍ରଧାନଙ୍କ ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଟାଏକୋଣ୍ଡୋ ସଭାପତି ମନମୋହନ ଭଞ୍ଜ, ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ମହିଳା ଟାଏକୋଣ୍ଡୋ କମିଶନର ଡଃ. ଅନୀତା ମିଶ୍ର ଓ ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାରଣା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କରୋନା ପରବର୍ତ୍ତୀ ସମୟରେ ଶାରୀରିକ ସୁସ୍ଥତାର ଗୁରୁତ୍ବ ସମସ୍ତେ ଅନୁଭବ କରୁଛନ୍ତି ତେଣୁ ଶାରୀରିକ ସୁସ୍ଥତା ସହ ଆତ୍ମରକ୍ଷା କୌଶଳ ଶିକ୍ଷା ପାଇଁ ସମସ୍ତେ ଉଦ୍ୟମ କରିବା ନିମନ୍ତେ ମୁଖ୍ୟ ଅତିଥି ଥାନା ବାବୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ । ପରୀକ୍ଷକ ଭାବେ ମନମୋହନ ଭଞ୍ଜ ସମସ୍ତ ୬୫ ଜଣ ଶିକ୍ଷାର୍ଥୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ଇଂ. ଲଳିତ କୁମାର, ସିଏଚ୍‌ ପ୍ରସାଦ ନାୟକ, ବାସୁ ନାୟକ, ଡି ମନୋଜ ପ୍ରଧାନ, ରୁଦ୍ର ନାରାୟଣ ବେହେରା, ପି. ଅଭିମନ୍ୟୁ ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.