jsm

ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୯

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୯ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୫, ୫ରୁ ୫, ୬ରୁ ୨, ୭ରୁ ୨, ୧୦ରୁ ୧, ୧୧ରୁ ୨, ୧୫ରୁ ୧, ୧୭ରୁ ୨, ୧୮ରୁ ୨, ୧୯ରୁ ୨, ୨୦ରୁ ୩, ୨୧ରୁ ୨ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳର ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୨, ସକମା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରଲା ଗ୍ରା.ପ.ରୁ ୨, ସିନ୍ଧେକେଲା ଗ୍ରା.ପ.ରୁ ୨, ଜୁରାବନ୍ଧ ଗ୍ରା.ପ.ରୁ୧, ଭୁଷଲାଡ଼ ଗ୍ରା.ପ.ରୁ ୧, ଭାଲୁମୁଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ୧, ଧୁମାଭଟା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଜରାସିଂହା ଗ୍ରା.ପ.ରୁ ୧, ମହଲାଇ ଗ୍ରା.ପ.ରୁ୨, ସିକୁଆଁ ଗ୍ରା.ପ.ରୁ୧ ଏବଂ ସାଲେପାଲି ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ବଡ଼ଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ତୁଷୁରା ଗ୍ରା.ପ.ରୁ ୩, ଗମ୍ଭାରୀଗୁଡ଼ା ଗ୍ରା.ପ.ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୧, ମାଟିଆଭଟା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ରେଙ୍ଗାଲି ଗ୍ରା.ପ.ରୁ ୩, ଯୋଗୀସଡର଼୍ା ଗ୍ରା.ପ.ରୁ ୧, ଫଲ୍‌ସାମାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଘଁସିଏନ୍‌ ଗ୍ରା.ପ.ରୁ ୧, ଉଲ୍‌ବା ଗ୍ରା.ପ.ରୁ ୧, ଯୋଗୀମୁଣ୍ଡା ଗ୍ରା.ପ.ରୁ ୧, ଲରମ୍ଭା ଗ୍ରା.ପ.ରୁ ୨, ବରପଦର ଗ୍ରା.ପ.ରୁ ୧, ତମିଆଁ ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ ପୁଇଁନ୍ତଲା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଡୁଙ୍ଗୁରିପାଲି ଗ୍ରା.ପ.ରୁ ୧୧, କେରମେଲି ଗ୍ରା.ପ.ରୁ ୨, ଟିଟିଲାଗଡ଼ ବ୍ଲକ୍‌ ସଗଡ଼ଘାଟ ଗ୍ରା.ପ.ରୁ ୪, ମହୁଲପଡ଼ା ଗ୍ରା.ପ.ରୁ ୧, କୁରଷୁଡ଼ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୩, ୬ରୁ ୭, ୯ରୁ ୧, ୧୪ରୁ ୧ ଓ ୧୫ରୁ ୧, ତୁରେକେଲା ବ୍ଲକ୍‌ ଧାମନଡଙ୍ଗା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ସମୁଦାୟ ଜିଲ୍ଲାରେ ୪୧୧୬ ଆକ୍ରାନ୍ତ ହୋଇଥିବା ବେଳେ ୭୧୯ ଜଣ ଏକ୍‌ଟିଭ୍‌ ରହିଛନ୍ତି ଏବଂ ୩୩୭୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୨୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

yuvodaya
Leave A Reply

Your email address will not be published.