ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ଓ ଶାସ୍ତ୍ରୀଜୀ ଯୁବ ପରିଷଦ ରକ୍ତଦାନ ଶିବିରରୁ ୩୩ ୟୁନିଟ ରକ୍ତ ସଂଗୃହିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର ମଧୁରଚୁଆର ବାବା ମଣିଶଙ୍କର ମନ୍ଦିର ପରିସରରେ ସ୍ୱର୍ଗତ ଯୋଗୀନ୍ଦ୍ର ନାୟକଙ୍କର ପୁଣ୍ୟ ଦ୍ୱାଦଶାହ ଅବସରରେ ଶାସ୍ତ୍ରିଜୀ ଯୁବ ପରିଷଦ, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ଓ ସମ୍ବାଦ ଆମ ଓଡିଶାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ବାବା ମଣିଶଙ୍କର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଗାୟତ୍ରୀ ଶକ୍ତିପୀଠର ପ୍ରାକ୍ତନ ଟ୍ରଷ୍ଟି ଗୋକୁଳ ଚନ୍ଦ୍ର ନାହାକଙ୍କ ବେଦମନ୍ତ୍ର ଧ୍ୱନିରେ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ରମ୍ଭା ଥାନା ଭାରପ୍ରାପ୍ତ ଅଧିକାରୀ ଦିପ୍ତୀରଞ୍ଜନ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଭ୍ୟ ପ୍ରଶାନ୍ତ କୁମାର କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଗଞ୍ଜାମ ବ୍ଲକ ବିଜେଡ଼ି ସଭାପତି ଇନ୍ଦ୍ରମଣି ଦଳେଇ, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା ଯୋଗଦେଇ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂରେଇବା ପାଇଁ କରୋନା କାଳରେ ଶିବିର ଆୟୋଜକଙ୍କୁ ପ୍ରଶଂସା କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଗତ ନାୟକ ନିଜେ ଜଣେ ସମାଜସେବୀ ଓ ରକ୍ତଦାତା ହୋଇଥିବାରୁ ତାଙ୍କର ପୁଣ୍ୟ ଦ୍ୱାଦଶାହରେ ରକ୍ତଦାନ କରିବା ପାଇଁ ଶାସ୍ତ୍ରୀଜୀ ଯୁବ ପରିଷଦ ଓ ଗାୟତ୍ରୀ ପରିବାରର ଏଭଳି ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ । ଏହି ଶିବିରରେ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ନାଏବ ସରପଞ୍ଚ ପ୍ରକାଶ ଚନ୍ଦ୍ର ନାୟକ ଗାୟତ୍ରୀ ଶକ୍ତିପୀଠ ଟ୍ରଷ୍ଟି ଉମାକାନ୍ତ ସାହୁ, ଜଗଦାନନ୍ଦ ନାୟକ, ସୁମନ୍ତ ନାୟକ ଗୋପବନ୍ଧୁ ନାୟକ, ପ୍ରେମାନନ୍ଦ ନାୟକ, ରୋହିତ ନାୟକ, ସୁଶାନ୍ତ କୁମାର ନାୟକ, ଶାନ୍ତନୁ ନାୟକ, ଗୌରାଙ୍ଗ ନାୟକ, ରମାକାନ୍ତ ନାୟକ, ସତ୍ୟନାରାୟଣ ନାୟକ ପରିଚାଳଣା କରିଥିଲେ । ବାବା ମଣିଶଙ୍କର ମନ୍ଦିରରେ ସ୍ୱର୍ଗତ ଯୋଗୀନ୍ଦ୍ର ନାୟକଙ୍କର ସ୍ମୃତି ଚାରଣ ସଭାରେ ସାନଭାଇ ସୁମନ୍ତ ନାୟକ, ପୁଅ ଶୁଭଙ୍କର ନାୟକଙ୍କ ସହିତ ତାଙ୍କ ବନ୍ଧୁପରିବାର, ଆତ୍ମୀୟସ୍ୱଜନ, ଗାୟତ୍ରୀ ପରିବାରର କର୍ମକର୍ତ୍ତା, ଶାସ୍ତ୍ରିଜୀ ଯୁବ ପରିଷଦର କର୍ମକର୍ତ୍ତା ଓ ଅଂଚଳର ବିଭିନ୍ନ ଯୋଗୀନ୍ଦ୍ର ଶୁଭେଚ୍ଛୁ ବନ୍ଧୁ ଓ ବୁଦ୍ଧିଜୀବୀ ଯୋଗଦେଇ ସ୍ୱର୍ଗତ ନାୟକଙ୍କର ଜୀବନବ୍ୟାପି ଗୁଣାବଳୀ ରୋମନ୍ଥନ କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ, ସହସଂଯୋଜକ ରବି ନାରାୟଣ ସେନାପତି, ଶାସ୍ତ୍ରିଜୀ ଯୁବ ପରିଷଦର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଗୌରାଙ୍ଗ ପାଟଣା ଶାଖା ସଂଯୋଜକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ରକ୍ତଦାନ ଶିବିରରେ ବିଚିତ୍ରଣନ୍ଦ ନାହାକ, ମାଧବ ମୋହନ ନାୟକ, ମନୋଜ କୁମାର ନାୟକ, ଦୀପକ କୁମାର ନାହାକ, ସୁନୀଲ କୁମାର ନାୟକ, ବିଦୁର ନାହାକ, ରାଧାକାନ୍ତ ନାହାକ, ମନୋହର ନାହାକ, ଅର୍ଜୁନ ନାହାକ, ପ୍ରଶାନ୍ତ ନାୟକ, ସିମାଞ୍ଚଳ ଦାସ, ଅମୀୟକାନ୍ତ ପାତ୍ର, ବାବୁଲା ନାହାକ, ସମୀର କୁମାର ନାୟକ, ପ୍ରକାଶ ଚନ୍ଦ୍ର ନାୟକ, କେ ସୁଶାନ୍ତ କୁମାର ସେନାପତି, ମିଥୁନ ନାହାକ, ଆରତ ନାହାକ, ଡ଼ି. ଜଗଦୀଶ ପାତ୍ର, ବିଷ୍ଣୁ ପ୍ରସାଦ ନାୟକ, ପ୍ରିୟଦତ୍ତ ନାହାକ, ଶ୍ରୀକାନ୍ତ ନାୟକ, ବିକାଶ ଚନ୍ଦ୍ର ନାୟକ, ବୈରାଗୀ ନାୟକ, ପ୍ରେମାନନ୍ଦ ନାୟକ, ନରେଶ କୁମାର ନାହାକ, ପ୍ରଦୀପ ଚନ୍ଦ୍ର ନାହାକ, ନିର୍ମଳ ନାୟକ, ରଥାଙ୍ଗ ଶେଖର ନାୟକ, କାହ୍ନୁ ନାୟକ, ମିଥୁନ କୁମାର ବେହେରା, ସୌମ୍ୟରଞ୍ଜନ ନାୟକ, ଦାଶରଥି ନାୟକ ପରି ୩୩ ଜଣ ସ୍ୱେଛାସେବୀ ରକ୍ତଦାତା ରକ୍ତଦାନ କରିଥିଲେ । ଓଡିଶା ରକ୍ତ ଭଣ୍ଡାର ବ୍ରହ୍ମପୁରର କର୍ମଚାରୀ ପ୍ରଦୀପ କୁମାର ସୁବୁଦ୍ଧି, ଦେବାଶିଷ ପଣ୍ଡା, ଏସ୍‌. କେ. ପଣ୍ଡା, ବାବୁନି ବେହେରା ଓ ବସନ୍ତ ବେହେରା ଉପସ୍ଥିତ ରହି ଶିବିରରୁ ୩୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.