csstore

ଜମଲା ଡିଗ୍ରୀ କଲେଜରେ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ ତାରିଖରୁ ୨୪ ତାରିଖ ଯାଏଁ ନଅଟି କଲେଜରେ ରେଡକ୍ରସ ସୋସାଇଟିର ଛାତ୍ରଛାତ୍ରୀମାନଙ୍କ ନିମିତ୍ତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ କଲେଜ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ପୌରୋହିତ୍ୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗାଇସିଲେଟ ଡିଗ୍ରୀ କଲେଜ, ଗାଇସିଲେଟ ଜୁନିୟର କଲେଜ, ଜମଲା ଜୁନିୟର କଲେଜ, ଶରଧାପାଲି ଜୁନିୟର ତଥା ଜମଲା ଡିଗ୍ରୀ କଲେଜର କାଉନସେଲର ଯଥାକ୍ରମେ ପ୍ରାଧ୍ୟାପକ ଡ.ଜୟକେତନ ତ୍ରିପାଠୀ, ହେମନ୍ତ କୁମାର ପଣ୍ଡା, ରମେଶ କୁମାର ସାହୁ, ରମଣୀ ରଞ୍ଜନ ପ୍ରଧାନ, ସଦାନନ୍ଦ ସେଠ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବା ସହ ପ୍ରଶିକ୍ଷଣ ଶିବିରର ସଫଳ ଅନୁଷ୍ଠାନ ସକାଶେ ବହୁ ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ସେଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଉପରୋକ୍ତ କଲେଜ ସହିତ ଗନିଆଁପାଲି, ତାଲପାଲି, ଗୁଦେରପାଲି ଏବଂ ସର୍ଗିବାହାଲ ଜୁନିୟର କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେବେ ବୋଲି ଅଧ୍ୟକ୍ଷ ଡ.ମାନଭଞ୍ଜନ ପ୍ରଧାନଙ୍କଠାରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.