csstore

ବଲାଙ୍ଗିରରେ କାର୍ଯ୍ୟାରମ୍ଭ କଲା ଆର୍‌ଡି ହେଲ୍‌ଥ୍‌ ଗୃପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍‌ଡି ଗୃପ୍‌ ଅଫ୍‌ କମ୍ପାନୀ ଆଜିଠାରୁ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟାରମ୍ଭ ଘୋଷଣା କରିଛି । ଆର୍‌ଡି ଗୃପ ଆୟୁର୍ବେଦ ଚିକିତ୍ସା ପଦ୍ଧତି ଦ୍ୱାରା ଗାଁକୁ ଗାଁ ସ୍ୱାସ୍ଥ୍ୟସେବା ଯୋଗଇ ଦେବା ସହ ସଦସ୍ୟମାନଙ୍କୁ ବିଭିନ୍ନ ଅତିରିକ୍ତ ସୁବିଧା ଯୋଗଇଦେବ ବୋଲି କମ୍ପାନୀ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ଦାଶ କହିଛନ୍ତି । କମ୍ପାନୀ ରାଜ୍ୟରେ ପ୍ରାୟ ଦଶଟି ଜିଲ୍ଲାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗଇ ଦେବା ପରେ ଆଜିଠାରୁ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟାରମ୍ଭ ଘୋଷଣା କରଛି । ଖୁବ ଶୀଘ୍ର କମ୍ପାନୀ ତରଫରୁ ସହରରେ ଅଫିସ ଖୋଲାଯାଇ ସଦସ୍ୟତା ଗ୍ରହଣ କରାଯିବ । କମ୍ପାନୀ ସଦସ୍ୟମାନଙ୍କୁ ମାତ୍ର କିଛି ଟଙ୍କାରେ ଆଜିବନ ସଦସ୍ୟତା ସହ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା, ବ୍ୟାଙ୍କ ଖାତା, ଦୁର୍ଘଟଣା ବୀମା ଆଦି ସୁବିଧା ଦିଆଯିବ ବୋଲି କୁହାଯାଇଛି । ସ୍ଥାନୀୟ ତ୍ରିବେଣୀ ହୋଟେଲରେ ଅସୀମା ମହାନନ୍ଦ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ କମ୍ପାନୀର ପ୍ରତିଷ୍ଟା ସମାରୋହରେ ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ମହାନନ୍ଦ, ସଂସ୍କୃତି ଗବେଷକ ଡା. ହରୀହର କାନୁନଗୋ, ଅନ୍ତର୍ଯ୍ୟାମୀ ନାଏକ ନେତା ଭଗବାନ ବଗର୍ତ୍ତୀ, ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।

jayashree
Leave A Reply

Your email address will not be published.