oom

ଲକ୍ଷ୍ମୀପୁରରେ ଶାନ୍ତି ଭଙ୍ଗ ଆଶଙ୍କା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗିରଫ

jsmm

ସୀତାପୁର : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି ଏବଂ ଶାନ୍ତି ଉଲ୍ଲଂଘନ ଭୟରେ ସୀତାପୁରରେ ପୋଲିସ ହେପାଜତରେ ରଖାଯାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରର ଏକ ଅସ୍ଥାୟୀ ଜେଲରେ ରଖାଯାଇଛି । ସୂଚନା ଅନୁସାରେ ଆଇପିସିର ଧାରା ୧୫୧, ୧୦୭, ୧୧୬ ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପିଏସି ଗେଷ୍ଟ ହାଉସକୁ ଏକ ଅସ୍ଥାୟୀ ଜେଲ କରାଯାଇଛି । ଏହାପୂର୍ବରୁ ପ୍ରିୟଙ୍କା ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାଉଥିଲେ, ଯେଉଁଠାରେ ସେ ହିଂସାରେ ନିହତ କୃଷକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଥିଲା ।

ଗିରଫ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ହିଂସାରେ ଚାଷୀଙ୍କୁ ଜିପ୍ ଦ୍ୱାରା ଦଳି ଦିଆଯାଉଥିବା ଏକ ଭିଡିଓ ସେୟାର କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିଲେ, ‘ନରେନ୍ଦ୍ର ମୋଦୀ ଜୀ, ଆପଣଙ୍କ ସରକାର ବିନା କୌଣସି ଆଦେଶ ଏବଂ ଏଫଆଇଆରରେ ମୋତେ ହେପାଜତରେ ରଖିଛି ଦୀର୍ଘ ୨୮ ଘଣ୍ଟା ହେଲା । ଅଥଚ ଅନ୍ନଦାତାଙ୍କୁ ଦଳି ଦେଇଥିବା ଦୋଷୀମାନଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ?’

jittmm
Leave A Reply

Your email address will not be published.