csstore

ଯୁବ ସାମ୍ବାଦିକ ମନୋଜ ଜୈନଙ୍କୁ ନିଷାନ ପ୍ରତିଭା ସମ୍ମାନ-୨୦୨୧ ଦ୍ୱାରା ସମ୍ମାନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ତୁଷୁରା ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ନିଷାନ ସାହିତ୍ୟ ସଂସଦ ଓ ଆଞ୍ଚଳିକ କବି କଳାକାର ପକ୍ଷରୁ ରବିବାର ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ନିଷାନ ପ୍ରତିଭା-୨୦୨୧ରେ ପ୍ରଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଶ୍ରୀ ଜୈନ ଏବେ ମାରୱାଡି ଯୁବାମଞ୍ଚର ଅମୃତଧାରା କନଭେନର, ଓଡିଶା ପ୍ରାନ୍ତୀୟ ଜୈନ ସ୍ୱେତାମ୍ବର ତେରାପନ୍ଥ ସଭାର ମିଡିଆ ପ୍ରଭାରୀ, ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ, ତୁଷୁରା ସାମ୍ବାଦିକ ସଂଘ ସଭାପତି, ମାଁ ସମଲେଶ୍ୱରୀ ସଫେଇ କର୍ମଚାରୀ ସଂଘର ସଭାପତି, କୃଷ୍ଣଗୁରୁ ଆଶ୍ରମର ପରିଚାଳନା କମିଟିର ଉପସଭାପତି ଦାୟିତ୍ୱରେ ରହିଥିବା ବେଳେ ପୂର୍ବତନ ଜାଗୃତି ଶାଖାର ଅଧ୍ୟକ୍ଷା ରିଙ୍କି ଅଗ୍ରୱାଲ, ଓଡିଶା ପ୍ରାନ୍ତୀୟ ସ୍ୱତାମ୍ବର ଜୈନ ତେରାପନ୍ଥ ସଭାର ମହାମନ୍ତ୍ରୀ ଅନୁପ ଜୈନ, ସମାଜସେବୀ ପ୍ରେମାନନ୍ଦ ସାହୁ, ଯୁବନେତା ଅଜୟ ଜୟଶ୍ୱାଳ ଆଦି ବହୁ ଲୋକଙ୍କ ଶୁଭେଚ୍ଛାର ଶୁଅ ସୁଟୁଛି ।

jayashree
Leave A Reply

Your email address will not be published.