csstore

ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୦ଟା ସମୟରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ସର୍କଲ ତରଫରୁ ଡୁମେରପିଟାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସର୍କଲ ସଭାପତି ପଞ୍ଚାନନ ଧରୁଆ ସଭାପତିତ୍ୱ କରିଥିବା ବେଳେ ସୁଦାମ ବିଶି ବୈଠକକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ ସଦସ୍ୟ ହେମାସାଗର ଭୋଇ, ଜିଲ୍ଲା ମହାସଚିବ ରାମଚନ୍ଦ୍ର ଧରୁଆ, କୋଷାଧ୍ୟକ୍ଷ ଶିଶିର ଧରୁଆ, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ଯୁଗ୍ମ ସଂପାଦକ ମହେନ୍ଦ୍ର ମଲ୍ଲିକ, ପୁରନ୍ଦର ଭୋଇ, ଦେଓଗାଁ ବ୍ଲକ ଜିଏସୟୁ ସଭାପତି ଶତ୍ରୁଘ୍ନ ମଲ୍ଲିକ, ଟିକେଲାଲ ଧରୁଆ, ସୁବଳ ଧରୁଆ, ଯଦୁମଣି ପୁଟା, ବିଦ୍ୟାଧର ପୁଟା, ଯଶୋବନ୍ତ ମାଝି, ଲେକ୍ରୁ ଧାରୁଆ ପ୍ରମୁଖ ଯୋଗ ଦେଇଥିଲେ । ସୁବ୍ରତ କୁଅଁରଙ୍କ ନେତୃତ୍ୱରେ ଗୋଣ୍ଡୱାନା ଛାତ୍ର ସଂଗଠନ ନୂତନ କମିଟି ଗଠନ କରାଯାଇଥିଲା । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.