centurian jitm

ପାଟଣାଗଡ଼ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସତ୍ୟ ଓ ଅହିଂସାର ପୂଜାରୀ, ଦୂର୍ବଳର ବନ୍ଧୁ ମାହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସଂଘର କାର୍ଯ୍ୟାଳୟ ଠାରେ ଆଜି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୁତ ଲାଲବାହାଦୁର ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଂଘର ସଭାପତି କରୁଣାକର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ବିମଳ କୁମାର ବାଗ ସତ୍ୟ ଶାନ୍ତିର ପୂଜାରୀ ଦୀନ ଦୂର୍ବଳର ବନ୍ଧୁ, ସ୍ଵାଧୀନ ଭାରତର ସ୍ରଷ୍ଟା, ଭାରତୀୟ ଜାତୀୟର ଜନକ ପିତା ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ ମହାତ୍ମାଗାନ୍ଧୀ ତାଙ୍କ ପିଲା ଦିନରେ କୁସଙ୍ଗୀରେ ପରାମର୍ଶ ପଡ଼ି କୁପଥରେ ପ୍ରବେଶ କରି ନିଜର ଭୁଲ ବୁଝି ପାରି ତତ୍ କ୍ଷଣାତକୁ ସଙ୍ଗେ ସଙ୍ଗେ ପରିତ୍ୟାଗ କରି ନିଜ ପିତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ପାପ କର୍ମ ଜୀବନରେ ଆଉ କେବେ କରିବି ନାହିଁ ବୋଲି ଶପଥ ନେଇଥିଲେ ବୋଲି କହିଥିଲେ । ମାହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିରେ ଅନୁପ୍ରାଣିତ ହେବା ସହ ଏକ ଜୁଟ ହୋଇ ସମାଜ ସେବା କରିବାପାଇଁ ଆଗେଇ ଆସିବାକୁ ସଭାପତି ଶ୍ରୀ ବୁଡେକ ମତବ୍ୟକ୍ତ କରିଥିଲେ । ଏକତା ହିଁ ସବୁ ଠାରୁ ବଡ଼ ତେଣୁ ଏକତା ମାଧ୍ୟମରେ ଜାତୀୟ ପିତା ମାହାତ୍ମା ଗାନ୍ଧୀ ଦେଶକୁ ସ୍ଵାଧୀନ କରିପାରିଥିଲେ ବୋଲି ସଂଘ ସଦସ୍ୟ ପ୍ରତ୍ୟୁଷ ରଞ୍ଜନ ଖମାରୀ ଏକତା ଲବ୍ଧ ବଳର ବିଭିନ୍ନ ଦୃଷ୍ଟାନ୍ତ ମାନ ତାଙ୍କ ବକ୍ତବ୍ୟରେ କହିଥିଲେ । ଉପ ସଭାପତି ଗୋରେଖ ନାଥ ବରିହା, ଉପଦେଷ୍ଟା କମିଟିର ଜଗଦୀଶ ଭୋଇ, ଲଳିତ ମାଲିକ, ଲାବଣ୍ୟ ପୁରୋହିତ, ଶେଷଦେବ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସଭାପତି ପରିଚାଳନା କରିଥିବା ବେଳେ ଲାବଣ୍ୟ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.