କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଜରୁରୀ ଆଲୋଚନା ସହ ନବ ନିଯୁକ୍ତ ଶ୍ରମ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ସେଣ୍ଟ୍ରାଲ ଟ୍ରେଡ୍ ୟୁନିୟନ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି । ଏହି ଆଲୋଚନାରେ ଜିଲ୍ଲାର ହଜାର ହଜାର ଶ୍ରମିକମାନଙ୍କ କାର୍ଡ୍ ନହେବା, ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଠିକ୍ ସମୟରେ ନମିଳିବା, ସର୍ବୋପରି ହେଡକ୍ୱାଟରକୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରମିକମାନେ ହନ୍ତସନ୍ତ ଓ ନାନା ହଇରାଣ ହରକତ ହେଉଥିବା ଏକ ଉଦବେଗର ବିଷୟ ବୋଲି କୁହାଯାଇଛି । ଶ୍ରମ-କାର୍ଯ୍ୟାଳୟ ପରିସର ଦଲାଲ ମୁକ୍ତ ହେବ କିପରି ହେବ ? ସେ ନେଇ ଆଲୋଚନା ହୋଇଥିଲା । ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ ଆଲୋଚନା ହେବା ସହ ଛତ୍ରପୁର ଲେବର ଅଫିସରେ ନୁତନ ଭାବେ ଯୋଗ ଦେଇଥିବା ଡିଏଲ୍ଓ ନରେନ୍ଦ୍ର ଗାଇପାଇଙ୍କୁ ଟ୍ରେଡ୍ ୟୁନିୟନ ମାନଙ୍କ ପକ୍ଷରୁ ସୌଜନ୍ୟ ପୂର୍ଣ୍ଣ ସାକ୍ଷାତ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଛି । ଏଆଇଟିୟୁସି ପକ୍ଷରୁ ନିଲୁ ପାଟ୍ଟଯୋଶୀ, ଏଚ୍‌ଏମ୍‌ଏସ୍ ପକ୍ଷରୁ ରାଜେନ୍ଦ୍ର ଦାସ, ଆଇଏନଟିୟୁସି ପକ୍ଷରୁ ଇଜୁ ଅମିନ ଖାନ, ଏନ୍ଏନ୍ଏସ୍ଏସ୍ ପକ୍ଷରୁ ସନ୍ତୋଷ କୁମାର ସାହୁ, ଟିଟିଏନ୍ଏସ୍ଏସ୍ ପକ୍ଷରୁ ବିଜୟ ମୁଦୁଲି ପ୍ରମୁଖ ଯୋଗଦେଇ ଉପସ୍ଥିତ ରହି ସମ୍ବର୍ଦ୍ଧନା କରି ଏହି ସମସ୍ତ ସମସ୍ୟା ଉପରେ ଅବଗତ କରାଇଥିଲେ ।

Leave A Reply

Your email address will not be published.