pr

ସାଲେଭଟା ପ୍ରାଥମିକ ସ୍କୁଲରେ ଚାରା ରୋପଣ

dr. purohit

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ପ୍ରାଥମିକ ସ୍କୁଲର ଜୁନିଅର ରେଡକ୍ରସ ୟୁନିଟ ତଥା ଇକୋ କ୍ଲବ ଆନୁକୂଲ୍ୟରେ କୋଭିିଡ ଗାଇଡଲାଇନ ଅନୁପାଳନ କରି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ୟ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବରେ ସାଲେଭଟା ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ସମ୍ମାନୀତ ଅତିଥି ଭାବରେ ପରିବେଶକର୍ମୀ ନିଳମଣି ବିଶ୍ୱାଲ, ସାମାଜିକ କର୍ମୀ ଆକୁଲ ବେହେରା ଯୋଗଦେଇ ବିଶ୍ୱ ପରିବେଶରେ ସନ୍ତୁଳନ ରକ୍ଷା ନିମନ୍ତେ ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ନିଜସ୍ୱ ହାତରେ ଅତିଥିବୃନ୍ଦ ଏବଂ ଶିକ୍ଷକ ବୃନ୍ଦ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । କାର୍ୟ୍ୟକ୍ରମକୁ ଇକୋ କ୍ଲବର ସଂପାଦକ ଧରିତ୍ରୀ ସାହୁ ସଂଯୋଜନା କରିଥିଲେ । କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ କୁନ୍ତି ପଧାନ, ସିତୟା ପଧାନ, କାଂଚନ ହୋତା, ପରିଚାଳନା କମିଟି ଚେୟାରପାର୍ସନ ରୁଦ୍ରିକାନ୍ତ ମେହେର, ପୂର୍ବତନ ୱାର୍ଡ ସଭ୍ୟ ବିପ୍ର ଷାଣ୍ଢ, ବିଘ୍ନେଶ୍ୱର କୁମ୍ଭାର, କୁନ୍ତି ମଟାରୀ, ଅଷ୍ଟମି ମଟାରି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ହରଭଙ୍ଗା ସ୍କୁଲ ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.