ଏକତା ପରିଷଦର ନ୍ୟାୟ ଓ ଶାନ୍ତି ପାଇଁ ପଦଯାତ୍ରା

ମ. ରାମପୁର, (ମେନ୍‌ନ୍ତ ସାହୁ) : ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ନ୍ୟାୟ, ବିକାଶ ଓ ଶାନ୍ତି ସମାଜର ନିମ୍ନ ବର୍ଗଙ୍କ ପାଖରେ ପହଞ୍ଚି ପାରିନାହିଁ । ସମସ୍ତେ ଯେପରି ନ୍ୟାୟ ଓ ଶାନ୍ତି ପାଇବେ ଏହି ଲକ୍ଷରେ ଏକତା ପରିଷଦ ପକ୍ଷରୁ ସେପ୍ଟେମ୍ବର ୨୫ ଅନ୍ତରାଷ୍ଟ୍ରୀୟ ଶାନ୍ତି ଦିବସ ଠାରୁ ୨ ଅକ୍ଟୋବର ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପର୍ଯ୍ୟନ୍ତ ଗ୍ରାମ୍ୟ ପରିକ୍ରମା କରାଯାଇଅଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନି ପଞ୍ଚାୟତ ଏକତା ପରିଷଦର ଆହ୍ବାନ ଓ ସେବା ଜଗତ ଅନୁଷ୍ଠାନର ସହଯୋଗରେ ଏକ ନ୍ୟାୟ ଓ ଶାନ୍ତି ପଦଯାତ୍ରା ହେବା ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଏକତା ପରିଷଦର ପ୍ରତିଷ୍ଠାତା ପି.ଭି ରାଜଗୋପାଲ, ମହାସଚିବ ରମେଶ ଶର୍ମା, ଭାରତ ଭୁଷଣ ଠାକୁର, କାହ୍ନୁ ଚରଣ ମହାନ୍ତି ଓ ସେବା ଜଗତ ଅନୁଷ୍ଠାନର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ରୋସନାରା ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ରଙ୍ଗାପଦର ଠାରୁ ଯୁରା ଖମନ୍ ଗ୍ରାମ୍ୟ ପରିକ୍ରମା କରାଯାଇ ନ୍ୟାୟ ଓ ଶାନ୍ତିର ବାର୍ତ୍ତା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.