oom

ଚାଷୀ ସଂଗଠନ ଦ୍ୱାରା ଭାରତ ବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥନ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଚାଷୀ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କଳା ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଭାରତବନ୍ଦକୁ ମାନସ ବିହାର ରୁଗୁଡିଖାଲ ଠାରେ ବିପୁଳ ସମର୍ଥନ ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟାରୁ ଏକ ବାଇକ ରାଲି ରୁଗୁଡିଖାଲଠାରେ ପହଂଚିବାରୁ ସାଲେଭଟା, ବେନ୍ଦ୍ରା, ନଅଗାଁ (ଖ), ବଡଟିକା ପଂଚାୟତ ତଥା ଆଖପାଖର ଅନେକ ଚାଷୀ ତଥା କୃଷକ ସଂଗଠନ ୨୬ନଂ ଜାତୀୟ ରାଜପଥରେ ଆଜି ସକାଳ ୧୦ ଘଟିକା ସମୟରେ ଯୋଗ ଦେଇ ବଲାଙ୍ଗିର ଅଭିମୁଖେ ଯାଇଥିବା ବେଳେ ଅଂଚଳର ସମସ୍ତ ସ୍କୁଲ, କଲେଜ, ସରକାରୀ ତଥା ବେସରକାରୀ ଅଫିସଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖାଯାଇଛି । ଉକ୍ତ ବନ୍ଦଟି ଶାନ୍ତିପୂର୍ଣ୍ଣ ଭାବରେ ହେଉଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.