ଓଷ୍ଟାର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜମୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ୍ ସଂଗଠନ (ଓଷ୍ଟା)ର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଭାପତି ପ୍ରିତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ଟାରେ ପ୍ରତିନିଧି ପଞ୍ଜିକରଣ କରାଯାଇ ୧୧ଟା ୨୦ ମିନିଟରେ ମା’ ସରସ୍ୱତୀଙ୍କ ଫୋଟୋ ଚିତ୍ରରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ଵଳନ ଓ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ଓଷ୍ଠା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ରାଜ୍ୟ ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ରାଜ୍ୟ ଉପସଭାପତି ଆନନ୍ଦ ସାହୁ, ଜିଲ୍ଲା ସମ୍ପାଦକ ନୀଳମଣି ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ଉପସଭାପତି ଜଗନ୍ମୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଷ୍ଠାର ବରିଷ୍ଠ ସଭ୍ୟ ସୁରେନ୍ଦ୍ର ମହାପାତ୍ର ଏହି ସମ୍ମିଳନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜିଲ୍ଲା ସମ୍ପାଦକ ନୀଳମଣି ପୁରୋହିତ ସଂପାଦକୀୟ ବିବରଣୀ ପାଠ ପୂର୍ବକ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ସମ୍ପାଦକ ତଥା ମଞ୍ଚାସୀନ ଅତିଥିଙ୍କୁ ଉପଢୌକନ ଦେଇ ବରଗଡ ଜିଲ୍ଲା ଓଷ୍ଠା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଚାଲୁଥିବା ସରକାରଙ୍କ ଶିକ୍ଷାନୀତି, ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ପ୍ରତି ଚାଲୁଥିବା ପାତର ଅନ୍ତର ନୀତିକୁ ସଂଘ ତୀବ୍ର ନିନ୍ଦା କରିବା ସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଥିବା ଶିକ୍ଷକ ମାନଙ୍କ ସମସ୍ୟା, ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରାପ୍ତ କରେଇବା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଯେଉଁମାନଙ୍କର ବୟସ ୪୮ ବର୍ଷ ସେମାନଙ୍କୁ ଟିଜିଟି ସ୍କେଲରେ ଦରମା ମିଳିବ । ନୂତନ ଗ୍ରାଣ୍ଡ ପାଇଥିବା ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ ପ୍ରଦାନ ଆଦି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରି ଏହାର ତୁରନ୍ତ ସମାଧାନ ପାଇଁ ଓଷ୍ଠା ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରିଚାଲିଛି ଓ ଆଗକୁ ମଧ୍ୟ ଶିକ୍ଷକ ମାନଙ୍କ ବିଭିନ୍ନ ଅଧିକାର ପାଇଁ ଲଢେଇ କରିବ ବୋଲି ମଞ୍ଚାସୀନ ରାଜ୍ୟ କର୍ମକର୍ତ୍ତା ମାନେ ଦୃଢ଼ୋକ୍ତି ପ୍ରଦାନ କରିଥିଲେ । ଏହି ଅବସରରେ ସାମ୍ବିଧାନିକ ନିୟମ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କରାଯାଇଥାଏ । ଏହି ନିୟମ ଅନୁସାରେ ଆଜି ବରଗଡ଼ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଜିଲ୍ଲାର ନୂତନ ସଭାପତି ଭାବେ ଝରବନ୍ଧ ବ୍ଲକ ଅମଠୀ ହାଇସ୍କୁଲର ନନ୍ଦଲାଲ ନାଏକ, କାର୍ଯ୍ୟକାରୀ ସଭାପତି ଭାବେ ତୋରା ବାଳିକା ଉଚ୍ଚ ବିଦ୍ୟାଳୟର ଜଗନ୍ମୟି ମିଶ୍ର, ଉପସଭାପତି ଭାବେ ଦହିଗା ହାଇସ୍କୁଲର ଚୂଳ ସୁନ୍ଦର୍ ମେହେର, ଟୋପ ହାଇସ୍କୁଲର ଅନୁସୂୟା ଦେବତା, ଭେଡେନ ବ୍ଲକର ରୁଦ୍ରଦେବ ସାହୁ, ସମ୍ପାଦକ ଭାବେ ବିଜେପୁର ବ୍ଲକ ବରମୁଣ୍ଡା ହାଇ ସ୍କୁଲର ସଞ୍ଜୟ ସିଂ, ଯୁଗ୍ମ ସମ୍ପାଦକ ଭାବେ ଜିତିକି ହାଇସ୍କୁଲର ଭବାନୀ ଶଙ୍କର ଭୋଇ, ସରଣ୍ଡା ହାଇସ୍କୁଲର ସଚ୍ଚିଦାନନ୍ଦ ପ୍ରଧାନ, ଲେଣ୍ଡା ହାଇସ୍କୁଲର ନିବେଦିତା ସ୍ୱାଇଁ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସଞ୍ଜୀବ ସାହୁ ଆଦିବାସୀ ହାଇସ୍କୁଲ ସରଗିବାହାଲ, ଦେବାନନ୍ଦ ବିଶି ତେଜ ଗୁଲା ହାଇସ୍କୁଲ ଓ ଭାଗିରଥି ପ୍ରଧାନ ଜମୂର୍ଡା ହାଇସ୍କୁଲର ନିର୍ବାଚିତ କରାଯାଇ ମଞ୍ଚାସୀନ ରାଜ୍ୟ ସଭାପତିଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଋଷୁଭ ହୋତା, ଯାଦବ ପ୍ରଧାନ, ବଳରାମ ସାହୁ, ଓକିଲ ପ୍ରଧାନ, ସୁଶାନ୍ତ ସାହୁ, ଭାଗିରଥି ପ୍ରଧାନ, ଅଶୋକ ବିଶ୍ଵାଳ, ବାଳମୁକୁନ୍ଦ ସାହୁ, ସରମା ନାଏକ, ଲଳିତ ଗଡତିଆ, ତଥା ଜମୂର୍ଡ଼ା ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ, ୧୨ଟି ବ୍ଲକର ସମସ୍ତ ଓଷ୍ଠାର କର୍ମକର୍ତ୍ତା ତଥା ବଲାଙ୍ଗିର, ସମ୍ବଲପୁର ଓ ସୁବର୍ଣ୍ଣପୁରର ଜିଲ୍ଲା କର୍ମକର୍ତ୍ତା ମାନେ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଆଶୁତୋଷ ପ୍ରାସାଦ ରଥ ଧନ୍ୟବାଦ ଅର୍ପଣ କରିଥଲେ ।

Leave A Reply

Your email address will not be published.