oom

ଅସହାୟଙ୍କୁ ସବୁ ସମୟରେ ସହାୟତାର ହାତ ବଢାଉଛି ରାଏମନ୍ ଫାଉଣ୍ଡେସନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କରୋନା ମାହାମାରୀ ପାଇଁ ସମଗ୍ର ଦେଶରେ ଜନଜୀବନ ଅସ୍ତବ୍ୟ‌ସ୍ତ ହୋଇ ପଡ଼ିଛି । ଲକଡାଉନ ସଟଡାଉନ ପାଇଁ ଗରୀବ ପରିବାର ପାଖରେ ରୋଜଗାର ମଧ୍ୟ ନାହିଁ । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ଗୋଟିଏ ନିରୀହ ଗରିବ ପରିବାର ର ଦୁଃଖ ସାମ୍ନାକୁ ଆସିଛି । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ବ୍ଳକ ଝରିଆଲ ପଞ୍ଚାୟତ ବୁଢୀପଦର ଗାଁର ପ୍ରେମଚନ୍ଦ୍ର ମୁଗରୀ ଜଣେ ଗରିବ ଦିନ ମଜୁରିଆ, ବର୍ତ୍ତମାନ କରୋନା ମାହାମାରୀର ଏହି ଘଡିସନ୍ଧି ମୁହୁର୍ତ୍ତରେ ତାଙ୍କ ଆର୍ଥିକ ଅବସ୍ଥା ଠିକ୍ ନାହିଁ । ତାଙ୍କ ଝିଅ କୁମାରୀ ପ୍ରତିମା ମୁଗରୀ ଏହି ବର୍ଷ ଦଶମ ଶ୍ରେଣୀ ପାସ୍ କରିଛନ୍ତି । ଝିଅର ଆଗକୁ ପଢିବା ପାଇଁ ବହୁତ୍ ଆଗ୍ରହ ଅଛି, ହେଲେ ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅର୍ଥ ଅଭାବ ପ୍ରତିବନ୍ଧକ ସାଜିଛି । ଏହି ସମସ୍ୟା ବିଷୟରେ ରାଏମନ୍ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ନାରୀ ନେତ୍ରୀ ରଞ୍ଜୁ ରାଏମନଙ୍କୁ ଯୋଗାଯୋଗ କରିଥିଲେ । ଏହି ସମସ୍ୟା ଜାଣିବା ପରେ ନାରୀ ନେତ୍ରୀ ରଞ୍ଜୁ ରାଏମନଙ୍କୁ ଆଦେଶକ୍ରମେ ରାଏମନ୍ ଫାଉଣ୍ଡେସନ ବଙ୍ଗୋମୁଣ୍ଡା ଶାଖା ପ୍ରେମିସ ଚନ୍ଦ୍ର ବାଗ, ସୁଧାଂଶୁ ସିଂଦେଓ, ଆନନ୍ଦ ହରପାଲ, ପ୍ରଦୀପ ବାଗ, ଗଉରାଙ୍ଗ ମହାନନ୍ଦ, ପ୍ରରମେଶ୍ୱର ଜାନି ଗାଁକୁ ଯାଇ ପରିବାରକୁ ଭେଟି ସହାୟତା ପ୍ରଦାନ କରିଛନ୍ତି ଏବଂ ଆଗକୁ ମଧ୍ୟ ଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଭିତରେ କୌଣସି ଅସୁବିଧା ହେଲେ ଫାଉଣ୍ଡେସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ର୍ରୁତି ଦିଆଯାଇଛି ।

jittmm
Leave A Reply

Your email address will not be published.