oom

ମହିଳାଙ୍କ ସୁରକ୍ଷା ଯାତ୍ରାକୁ ନେଇ ଆରପିଏଫ୍ ପକ୍ଷରୁ ସଚେତନତା ଶିବିର

jsmm

କଂଟାବାଞ୍ଜି, (ମନିଷ କୁମାର ହଂସ) : ଟ୍ରେନରେ ମହିଳାଙ୍କ ସୁରକ୍ଷା ଯାତ୍ରକୁ ନେଇ ଆଜି କଂଟାବାଞ୍ଜି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏକ ସଚେତନତା ଶିବିର ପୁର୍ବତଟ ରେଳବାଇ ପୁଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରେଳଯାତ୍ରା ସମୟରେ ମହିଳାଙ୍କ ପାଇଁ ହେଉଥିବା ଅନେକ ସମସ୍ୟା ଉପରେ ସଚେତନ କରିବା ସହ କ’ଣ ସବୁ କଲେ ଏହାର ସମାଧାନ ହେବ ତା’ ଉପରେ ଆଲୋଚନା କରି ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ରେଳବାଇ ପକ୍ଷରୁ ଜାରୀ କରାଯାଇଥିବା ୧୩୯ ହେଳ୍ପ ଲାଇନ୍ ନମ୍ବରରେ ସାଧାରଣ ଯାତ୍ରୀ ଯୋଗାଯୋଗ କରିବା ପାଇଁ ଅଧିକାରୀ ମାନେ କହିଥିବା ବେଳେ ମହିଳାମାନଙ୍କ ପାଇଁ ୩୪୫୬୭ ହେଳ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରି ନିଜ ସମସ୍ୟା କହି ପାରିବେ ବୋଲି ସୁଚାଇ ଥିଲେ । ଏ ବିଷୟରେ ଅଧିକ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏକ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ରେଳବାଇ ଏସ୍‌ଆଇ ଶଶୀ ପ୍ରକାଶ ଦୁବେ ଏ ଅବସରରେ ମହିଳା ମାନଙ୍କ ଟ୍ରେନ ଯାତ୍ରା ସମୟରେ ଭାରତୀୟ ରେଳବାଇ ପକ୍ଷରୁ ଗୁଗୁଲ୍ ମିଟ୍ ମାଧ୍ୟମରେ ଉକ୍ତ ମହିଳା ଯାତ୍ରୀଙ୍କ ସମସ୍ତ ତଥ୍ୟ ସେ ଯାତ୍ରା ଆରମ୍ଭ କରିଥିବା ଷ୍ଟେସନରୁ ଗନ୍ତବ୍ୟ ସ୍ଥଳ ଷ୍ଟେସନ ମଧ୍ୟରେ ମୁଖ୍ୟ ଷ୍ଟେସନ ଗୁଡିକରେ ସୁରକ୍ଷା ପ୍ରଦାନ କରାଯାଉଅଛି । ମହାବିଦ୍ୟାଳୟ ଅନେକ ଛାତ୍ରୀ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ନେପାଳ ସେଠୀ, ଅଧ୍ୟାପିକା ସୁନନ୍ଦା ରଥ, ନିରବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.