jsm

କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକା ବିକ୍ରି କରିବାକୁ ଜିଲା ଡ୍ରଗ୍ସ ଅଧିକାରୀଙ୍କ ଚିଠି ଜାରି

csstore

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶ୍ୱରେ କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକାକୁ ବିକ୍ରି କରିବା ପାଇଁ ଓଡିଶାର ସରକାର ଅନୁମତି ଦେବା ପରେ ସମ୍ବଲପୁର ଜ଼ିଲ୍ଲାରେ ଏହି ଔଷଧକୁ ବିକ୍ରି ପାଇଁ ୨୭ଟି ଦୋକାନକୁ ଜିଲା ଡ୍ରଗ୍ସ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ଡ୍ରଗ୍ସ ଅଧିକାରୀଙ୍କ କାର୍ୟ୍ୟାଳୟରୁ ଜାରି ଚିଠି ସଂଖ୍ୟା୯୫୨/ଡିଆଇ-ଏସବିପି/୨୦-୨୧, ତା. ୧୭.୦୯.୨୦୨୦ ଅନୁଯାୟୀ ଅନୁମତି ଦିଆଯାଇଥିବା ଔଷଧ ଦୋକାନୀମାନେ ତୁରନ୍ତ ‘ଫେଭିପିରାଭିର’ ବଟିକାକୁ ବିକ୍ରି ପାଇଁ ଷ୍ଟକ ଉପଲବ୍ଧ ରଖିବେ । ଏବେ ସମ୍ବଲପୁରର ବରେଇପାଲି ପାଞ୍ଚଗଛିଆଠାରେ ଥିବା ଆରୋଗ୍ୟମ ଫାର୍ମା, ଫାର୍ମ ରୋଡରେ ଆରୋଗ୍ୟମ, ବୁର୍ଲାର ସମଲେଶ୍ୱରୀ ମେଡିସିନ ଷ୍ଟୋର, କ୍ଷେତରାଜପୁରର ଦ୍ରୋପଦୀ ହେଲଥ ପଏଣ୍ଟ, ଏ.ଏନ ଗୁହା ଲେନର ସାଇ ଶିବଶକ୍ତି ମେଡିକାଲ ଷ୍ଟୋର, ମୋଦିପଡା ହସ୍ପିଟାଲ ରୋଡରେ ଆଶୀର୍ବାଦ ମେଡିକାମେଣ୍ଟସ, ସ୍ପର୍ଶ ମେଡିସିନ୍ସ, ବୁଢ଼ାରଜାର ଲାଇଫ୍ କେୟାର ମେଡିସିନ୍ସ, ବୁର୍ଲାର ରାମଚନ୍ଦ୍ର ମେଡିକୋ, ବିନାୟକ ମେଡିକାଲ ଷ୍ଟୋର, କିର୍ବାର ଆର ୱାନ ଏଣ୍ଟରପ୍ରାଇଜ, କୁଚିଣ୍ଡାର ବାବା କୁଣ୍ଡେଶ୍ୱର ମେଡିକାଲ ଷ୍ଟୋର, ବରେଇପାଲିର ମାଁ ଆଦିମାତା ମେଡିସିନ କର୍ଣ୍ଣର, ବୈଦ୍ୟନାଥ ଛକର ହେଲଥ ଫାର୍ମାସିଟ୍ୟୁକାଲ୍ସ, ମୋଦିପଡାର ଅଶ୍ୱିନୀ ମେଡିକାଲ ଷ୍ଟୋର, ଭିଏସଏସ ମାର୍ଗର ରେମେଡି, ବୈଦ୍ୟନାଥ ଛକର ସମଲେଶ୍ୱରୀ ଫାର୍ମାସିଟ୍ୟୁକାଲ୍ସ, ହୀରାକୁଦର ନିଖିଲ ମେଡିକାର ଷ୍ଟୋର, ଅଇଁଠାପାଲିର ପୁରୋହିତ ମେଡିକାଲ ଷ୍ଟୋର, ଭିଏସଏସ ମାର୍ଗର ତାଜ ମେଡିକାଲ, ବାମରାର ସବିତା ମେଡିକାଲ ଷ୍ଟୋର, ବ୍ରୃକ୍ସହିଲର ଆୟୁଷ ଫାର୍ମାସିଟ୍ୟୁକାଲ୍ସ, ଜିଏମ କଲେଜ ଛକର ମା’ ତାରିଣୀ ମେଡିକାଲ ହଲ ଓ ବୈଦ୍ୟନାଥ ଛକର ସାଇ ଫାର୍ମାସିଟ୍ୟୁକାଲ୍ସକୁ ଅନୁମତି ଦିଆଯାଇଛି । ଏହି ଔଷଧ ବିକ୍ରି କରିବା ପୂର୍ବରୁ ଦୋକାନୀମାନେ ଡାକ୍ତର ଲେଖିଥିବା ଚିଠାର ନକଲ, ରୋଗୀଙ୍କ ଲିଖିତ ସମ୍ମତି, ରୋଗୀଙ୍କ ସମ୍ପୁର୍ଣ୍ଣ ଠିକଣା ଓ ମୋବାଇଲ ନଂ ଲେଖି ରଖିବେ । ଏହା ସହିତ ସମସ୍ତ ହୋଲସେଲର ଓ ଦୋକାନୀମାନେ ପ୍ରତି ସପ୍ତାହରେ ଜିଲା ଡ୍ରଗ୍ ଅଧିକାରୀଙ୍କୁ କିଣାବିକାର ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶର ଉଲ୍ଲଂଘନକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି ।

yuvodaya
Leave A Reply

Your email address will not be published.