oom

ପଦ୍ମପୁର ଉପଖଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ସହିତ ଜୀବନ ଯାତ୍ରାରେ ବ୍ୟାହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସମୁଣ୍ତା ଗାଁ ସକାଳ ୮ଟା ବେଳେ ଆରମ୍ଭ ୧୧ଟା ପର୍ଯ୍ୟନ୍ତ ଗାଁରେ ପ୍ରବଳ ବର୍ଷା ଜଳ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଗାଁର ଦଳଗଜନ ବେହେରା, ଶିବ ପୁରୀ, ଦୀଳିପ ସାମନୀଙ୍କର ଘରେ ପାଣି ପଶି ଆସବାସ ସାମଗ୍ରୀ ସହିତ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥ ନଷ୍ଟ ହୋଇଛି । ଏଥି ସହିତ ଅନେକ ଚାଷୀଙ୍କ ଚାଷ ଜମିରେ ବନ୍ୟା ଜଳ ଲକ୍ଷ ଲକ୍ଷ ଟଙ୍କାର ଜମି ହିଡ, ଧାନ ଫସଲ ନଷ୍ଟ କରିବା ସହ ବାଳିଚର କରିଅଛି । ଉକ୍ତ ବିଷୟ ଉପରେ ଗୁରୁତ୍ବ ଦେବା ସହ ତଦନ୍ତ କରି ରିପୋର୍ଟ ଦେବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ସରକାରୀ ସ୍ତରରେ ସହଯୋଗ ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.