ସଡକ ଦୁର୍ଘଟଣା : ଦୁଇ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାଲିଆ-ଛତ୍ରପୁର ଛକଠାରେ ସାଇକେଲ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସାଇକେଲ ଚାଳକ ତଥା ପାଲିଆ ଛତ୍ରପୁର ଗ୍ରାମର କୃପାସିନ୍ଧୁ ବେହେରା (୭୮) ଓ ବାଇକ ଚାଳକ ତଥା ଗଞ୍ଜାମ ବ୍ଲକ ଲାଉପୁଟୁ ଗ୍ରାମର ପାଣ୍ଡବ ଜେନା (୪୫) ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.