ସ୍ୱେଚ୍ଛାସେବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏଲ୍‌ଏଣ୍ଡଏସ୍‌ କ୍ଲବ ପରିସରରେ ବାଧିତ ଜନବନ୍ଧୁ ପ୍ରଭାକର ରଥ ଜନ୍ମଶତ ବାର୍ଷିକୀ ସ୍ମୃତି ସମିତି ତରଫରୁ ଏକ ସ୍ୱେଚ୍ଛାସେବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଜୟରାମ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶ୍ରୀକର ମିଶ୍ର ଯୋଗଦେଇ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ମହେଶ୍ୱରୀ ସେବା ସଂଗଠନ, କିରଣ, ଟାଙ୍ଗିଆ ଜାମ, ସ୍ଵଧାର, ମହିଳା ସଚେତନ ମଞ୍ଚ । ବଲାଙ୍ଗିରର ବିଶିଷ୍ଟ ସ୍ବେଛାସେବୀ ତଥା ଆଦ୍ୟାଶକ୍ତି ନାରୀ ସଂଘଠନ, ଶିଶୁ ବିକାଶ କେନ୍ଦ୍ର, ଅଂକୁର ସାହିତ୍ୟ ସଂସଦ, ସ୍ମୃତିକମିଟିର ସାଇକେଲ ଯାତ୍ରୀ, ପୂଜ୍ୟପୂଜା ସେବା ସଂଘଠନର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଏ ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆରମ୍ଭରେ ଆବାହକ ତଥା ପ୍ରଭାକର ରଥଙ୍କ ସୁପୁତ୍ର ମଦନ ମୋହନ ରଥ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ । ସଭାପରିଚାଳନା କରିଥିଲେ ସଂପାଦକ ମଧୁ ସାହୁ । ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା କରିଥିଲେ ରତ୍ନମୟ ତ୍ରିପାଠୀ, ଅଶୋକ ସେଠି, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ଆରାଧନା ତ୍ରିପାଠୀ, କସ୍ତୁରୀ ରଥ, କବିତା ମିଶ୍ର, ଅନୁପ୍ରିୟା ମିଶ୍ର, ସୁନାଧର ବନଛୋର, ମଧୁସୂଦନ ନେଗୀ, ଅନନ୍ତ ବିଶ୍ୱାଳ ଚୂଡେଦ୍ର ବେହେରା, ଦୁର୍ଗା ଚରଣ ସାହୁ, ମାନସ ବାଗ ଓ କେଶବ ମିଶ୍ର । ସ୍ବେଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ଘାଷିରାମ ମିଶ୍ର, ସତ୍ୟବନ୍ତ ବେଦବାକ, ନୀଳମଣି ମିଶ୍ର, ଜଗଦାନନ୍ଦ ଛୁରିଆ ଓ ବିକ୍ରମ ବହିଦାର । ଏହି ସମାରୋହରେ ସହରର ଅନେକ ସ୍ବେଛାସେବୀ ଯୋଗଦେଇ ଥିଲେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅରୁଣ କୁମାର ଖୁଆସ ।

Leave A Reply

Your email address will not be published.