oom

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଦେଓଗାଁ ବିଜେପି ପକ୍ଷରୁ ଶିବ ମନ୍ଦିରରେ ୭୧ଟି ଦୀପ ପ୍ରଜ୍ୱଳନ, ଅନାଥାଶ୍ରମବାସୀଙ୍କୁ ଖାଦ୍ୟ ପ୍ରଦାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କରି ଦେଓଗାଁ ବିଜେପି ପକ୍ଷରୁ ସିକୁଆଁ ସ୍ଥିତ ଶିବ ମନ୍ଦିରରେ ୭୧ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହା ସହ ସାଲେପାଲି ସ୍ଥିତ ଅନାଥାଶ୍ରମକୁ ଯାଇ ସେଠାରେ ରହୁଥିବା ବୃଦ୍ଧ, ବୃଦ୍ଧାଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା । ବିଜେପି ଯୁବମୋର୍ଚ୍ଚା ଉପସଭାପତି ବଲାଙ୍ଗିର ଜିଲ୍ଲା ଭୋଲାନାଥ ସାହୁ, ମଣ୍ଡଳ ସଭାପତି ବାସୁଦେବ ସିଂ ନିନା, ମାନୁ ମେଲ୍ଲୀ, ଘନଶ୍ୟାମ ନନ୍ଦ, ଯୋଗେଶ୍ୱର ପଧାନ, ସୁରେଶ ଭୋଇ, ଶଶୀ ପାଣିଗ୍ରାହୀଙ୍କ ସହ ବହୁ ବିଜେପି କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

jittmm
Leave A Reply

Your email address will not be published.