ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳଙ୍କ ଦେଓଗାଁ ବ୍ଳକ ପରିଦର୍ଶନ : ଛେଳି କ୍ଳଷ୍ଟର, ଛତୁ ଓ ମାଛ ଚାଷ ସହ ବହୁ କାମରେ ତଦାରଖ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଓଡ଼ିଶା ସରକାରଙ୍କ ଶକ୍ତି ସଚିବ ନିକୁଞ୍ଜ ଧଳ ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ଘୁଚିପାଲି ଓ ରତନପୁର ଗାଁକୁ ପରିଦର୍ଶନରେ ଆସିଥିଲେ । ଗାଁରେ ଚାଲିଥିବା ଜୀବନ ଜୀବିକା କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଓଡ଼ିଶା ଜୀବିକା ମିଶନ ଦ୍ୱାରା ଆରମ୍ଭ କରାଯାଇଥିବା ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ କରିଥିଲେ । ଆଖପାଖ ଗାଁର ଲୋକମାନେ କିପରି ସୁବିଧା ସୁଯୋଗ ପାଉଛନ୍ତି ସେ ଉପରେ ବିସି ଏଜେଣ୍ଟ ଭାରତୀ ମଲ୍ଲିକଙ୍କୁ ପଚାରି ବୁଝିଥିଲେ । ରତନପୁର ଗାଁରେ ଥିବା ଛେଲି କ୍ଲଷ୍ଟର ପରିଦର୍ଶନ କରି ସ୍ୱୟଂ ସହାୟକ ଦଳର ମହିଳାମାନେ ବର୍ଷକୁ କେତେ ଆୟ କରୁଛନ୍ତି ସେହି ବିଷୟରେ ପଚାରିଥିଲେ । ମାଁ ସନ୍ତୋଷୀ ସ୍ୱୟଂ ସହାୟକ ଦଳର ଛତୁ ଚାଷ ପରିଦର୍ଶନ କରିଥିଲେ । ଗୋଦାବରି ଉତ୍ପାଦକ ଦଳର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ସଂରକ୍ଷଣ କିପରି ଚାଲିଛି ସେ ବିଷୟରେ ପଚାରିଥିଲେ । ମାଁ ତାରିଣୀ ସ୍ୱୟଂ ସହାୟକ ଦଳର ମାଛ ଚାଷ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ ବଲାଙ୍ଗିର, ଜିଳ୍ଲା ପ୍ରକଳ୍ପ ପରିଚାଳକ କମଲେନ୍ଦୁ ପଳ, କୈଳାଶ ସାହୁ, ବ୍ଲକ ଅଧ୍ୟକ୍ଷା ରୀନା ମେହେର, ବିଡ଼ିଓ ମୁରଳୀଧର ନାଏକ, ବିପିଏମ ପ୍ରଦୀପ ଚତ୍ରିଆ ଓ ଓଡ଼ିଶା ଜିବୀକା ମିଶନ ଓ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.