oom

ଯୋଖିପାଲିରୁ ସାତବନ୍ଧ ପକ୍କା ସଡ଼କ କେବେ ?

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରୁ ସାତବନ୍ଧ ଗାଁ ପଟେ ପୂର୍ତ୍ତ ବିଭାଗକୁ ସଂଯୋଗ କରୁଥିବା ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ହିସାବରେ ପଡ଼ି ରହିଅଛି । ଏହି ରାସ୍ତା ଦେଇ ହଜାର ହଜାର ଲୋକେ ଯାତାୟାତ କରୁଥିଲେ ସୁଦ୍ଧା ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ପିଚୁ ରାସ୍ତା ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ଯାହାଫଳରେ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ବିଗତ ବର୍ଷ ମାନଙ୍କରେ ବାରମ୍ବାର ଏହି ରାସ୍ତା ଉପରେ ଘାଇ ସୃଷ୍ଟି ହେଉଥିବା ଯୋଗୁଁ ଲାଉମୁଣ୍ଡାରୁ ଯୋଖିପାଲି ଗ୍ରାମ ମଧ୍ୟଦେଇ ଯାଉଥିବା ସମସ୍ତ ବସ ଚଳାଚଳ ବନ୍ଦ ହୋଇଯାଇଛି ଫଳରେ ପାଖାପାଖି ୨୦୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଲୋକମାନେ ୩ କିଲୋମିଟର ଗଲେ ଯାଇଁ ବସ ବସିବାରେ ସକ୍ଷମ ହେଉଛନ୍ତି । ଏହି ରାସ୍ତା ମରାମତି କରିବା ସହ ପକ୍କା ସଡ଼କ ନିର୍ମାଣ କରିବା ନିମନ୍ତେ ଗ୍ରାମର ଯୁବ ସଙ୍ଗଠନ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ନିର୍ଦ୍ଦେଶ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପଦ୍ମପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହାର ସ୍ପଷ୍ଟୀକରଣ ରଖିଥିଲେ । ଏହି ରାସ୍ତା ବର୍ତ୍ତମାନ ପଞ୍ଚାୟତିରାଜ ବିଭାଗ ଅଧୀନରେ ଅଛି ଯାହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ପକ୍କା ସଡ଼କ ନିର୍ମାଣ ହୋଇପାରିବ କିନ୍ତୁ ସ୍ଥାନୀୟ ପ୍ରଶାସନିକ ଉଦାସୀନତା ଯୋଗୁଁ ଯୋଖିପାଲି ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାର ଆଶୁ ସମାଧାନ ନିତାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.