oom

ଘରୋଇ ବସ ମାଲିକ ସଂଘର ୧୦ ଦଫା ଦାବୀ : ଅର୍କେଶଙ୍କ ନେତୃତ୍ୱରେ ଭେଟିଲା ପରିବହନ ନିଗମ ନିର୍ଦ୍ଦେଶକଙ୍କୁ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ନିର୍ମିତ ହେଉଥିବା ବସ ଟର୍ମିନାଲ ଆସନ୍ତା ୨୨ ସେପଟେମ୍ବରରେ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଥିବା ବିଭିନ୍ନ ସୁବିଧା ଅସୁବିଧାକୁ ନେଇ ପ୍ରଶାସନ ସହିତ ଘରୋଇ ବସ ମାଲିକ ସଂଘ ଅନେକ ଥର ଆଲୋଚନା କରିଛି । ପୂର୍ବରୁ କେତେକ ଦାବୀକୁ ନେଇ ଘରୋଇ ବସ ମାଲିକ ସଂଘ ପରିବହନ ମନ୍ତ୍ରୀଙ୍କୁ ଭେଟିଥିଲା । ଏବେ ପୁଣିଥରେ ୧୦ଦଫା ଦାବୀପତ୍ର ନେଇ ଆଜି ଭୁବନେଶ୍ୱରରେ ରାଜ୍ୟ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକଙ୍କୁ ଭେଟିଛି । ଆଜି ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ଘରୋଇ ବସ ମାଲିକ ସଂଘର ଏକ ପ୍ରତିନିଧି ଦଳ ଏମଡି ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସମସ୍ୟାଗୁଡିକ ବିଷୟରେ ଆଲୋଚନା କରିବା ସହିତ ଏସଂକ୍ରାନ୍ତରେ ଏକ ୧୦ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଘରୋଇ ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା, ସାଧାରଣ ସଂପାଦକ ପ୍ରଦ୍ୟୁତ ମିଶ୍ର, ଶିବଶଙ୍କର ପଟେଲ, ଦେବଦତ୍ତ ବେହେରା, ଡମ୍ବରୁଧର ଆଚାର୍ଯ୍ୟ ପ୍ରମୁଖ ଏହି ଆଲୋଚନାରେ ସାମିଲ ହୋଇଥିଲେ । ଦାବୀଗୁଡିକ ମଧ୍ୟରେ ଉଭୟ ସରକାରୀ ଓ ବେସରକାରୀ ବସ ସବୁ ନୂଆ ବସ ଟର୍ମିନାଲରେ ରଖାଯିବା, ସରକାରୀ ବସଷ୍ଟାଣ୍ଡକୁ ସିଟି ବସଷ୍ଟାଣ୍ଡ କରାଯାଇ ବରଗଡ, ସୋନପୁର ଯିବାକୁ ଥିବା ବସଗୁଡିକର ଷ୍ଟପେଜ କରାଯିବା, ଘରୋଇ ବସ ଷ୍ଟାଣ୍ଡରେ ଥିବା ଦୋକାନୀଙ୍କୁ ନୂଆ ବସ ଷ୍ଟାଣ୍ଡରେ ନୂତନ ଦୋକାନ ଗୃହ ଯୋଗାଇ ଦେଇ ଥଇଥାନ କରାଯିବା, ଘରୋଇ ସଂଘକୁ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଦିଆଯିବା, ବର୍ତ୍ତମାନ ଥିବା ୧୦୦କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୫୦୦କେଭିକୁ ଉନ୍ନିତ କରାଯିବା, ୪୦୦ଲିଟର କ୍ଷମତାର ପାଣି ଟାଙ୍କିକୁ ୧୦୦୦ଲିଟରକୁ ବୃଦ୍ଧି କରାଯିବା, ନୂତନ ବସ ଷ୍ଟାଣ୍ଡର ସବୁ ଅଞ୍ଚଳକୁ କଂକ୍ରିଟକରଣ କରାଯିବା ଓ ଏକ ଖୋଲା ନଳକୂଅ ଖୋଳାଯିବା ଇତ୍ୟାଦି ଦାବୀ ରହିଛି । ଏମଡି ଶ୍ରୀ ପଟ୍ଟନାୟକ ଦାବୀଗୁଡିକ ଯଥାର୍ଥ କହିବା ସହ ଖୁବଶୀଘ୍ର ପରିବହନ ନିଗମ ଏନେଇ ପ୍ରଶାସନ ସାଙ୍ଗରେ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶୃତି ଦେଇଥିବା ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା ଜଣାଇଛନ୍ତି ।

jittmm
Leave A Reply

Your email address will not be published.