jayashree

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସଚ୍ଚିଦାନନ୍ଦ ନାୟକଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପିଡି, ଡିୟୁଡିଏ ଭାବେ ୨୦୦୦ ମସିହା ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏନେଇ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଫୁଲ ତୋଡା ଦେଇ ତାଙ୍କୁ ସ୍ୱାଗତ କରି ଅଭିନନ୍ଦନ ଜଣାଇଛନ୍ତି । ସେପ୍ଟେମ୍ବର ୮ ତାରିଖ ଚିଠି ନମ୍ବର ୨୪୦୨୩ ପ୍ରକାରେ ଶ୍ରୀ ନାୟକ ଆଜି ଦାୟିତ୍ଵ ଗ୍ରହଣ କରିଥିବା ବେଳେ ପୂର୍ବରୁ ଏଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ସୁଦାମ ଚରଣ ମଣ୍ଡଳଙ୍କୁ ଏମକେସିଜି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି । ଶ୍ରୀ ନାୟକ ପୂର୍ବରୁ ଏମକେସିଜି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ସୂଚରୁ ରୂପେ ତୁଲାଇବା ସହ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରି ଆସିଛନ୍ତି‌ । ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରିଟେନିଙ୍ଗ ଅଫିସର ଭାବେ ମଧ୍ୟ ଦାୟିତ୍ୱ ସଠିକ ଭାବେ ତୁଲାଇଥିଲେ । ଶ୍ରୀ ନାୟକ ପୂର୍ବରୁ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ବିଡ଼ିଓ ଭାବେ ଦାୟିତ୍ଵ ତୁଲାଇ ଛତ୍ରପୁର ବ୍ଲକ ଅଞ୍ଚଳର ବିକାଶ ପାଇଁ ତାଙ୍କର ଉଦ୍ୟମ ଅତୁଳନୀୟ । ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ବେଳେ ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଉପସଭାପତି ସୁଧିର କୁମାର ନାହାକ ଓ ଦିଲ୍ଲିପ କୁମାର ସାମଲ, ସହସମ୍ପାଦକ କେ. ସତ୍ୟନାରାୟଣ ରେଡ୍ଡୀ ଓ ଇଜୁ ଅମିନ ଖାନ୍, ଉପଦେଷ୍ଟା ବସନ୍ତ କୁମାର ମହାରଣା, ସାମ୍ବାଦିକ ଅଜିତ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ସୁଜୟ ସୁ ପ୍ରକାଶ ଧଳ, ଦେବବ୍ରତ ପଣ୍ଡା, କେ. ରମେଶ, ପ୍ରଦୀପ କୁମାର ସାହୁ, ଅଶୋକ ବେହେରା, କିଶୋର ମହାନ୍ତି, ସନ୍ତୋଷ କୁମାର ସାହୁ, ଗୌର ପ୍ରସାଦ ମହାପାତ୍ର, ବିରେନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.