ଅସହାୟ ପରିବାରରକୁ ଆର୍ଥିକ ସହାୟତା ଯୋଗାଇ ଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ନୂଆଁଖାଇ ଦିନ ନିଜ ମା’ର ମୃତ ଶରୀରକୁ ଶବ ସତ୍କାର କରିବାକୁ ପୁଅ ଅମଙ୍ଗ ହେବାରୁ ଶେଷରେ ସଂକଲ୍ପ ପରିବାର ଦ୍ୱାରା ତାଙ୍କ ଶେଷକୃତ୍ୟ ସମାପନ କରାଯାଇଥିଲା । ଏପରି ଏକ ଅଭାବନୀୟ ଘଟଣା ସାରା ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ସୂଚନା ଅନୁସାରେ ବରଗଡ଼ ୧୧ ନମ୍ବର ୱାର୍ଡରେ ରହୁଥିବା ମୃତ ମଲି ମିର୍ଦ୍ଧାଙ୍କ ଦଶାହ କାର୍ଯ୍ୟ କରିବା ପାଇଁ ତାଙ୍କର ସ୍ୱାମୀ ମୁକୁନ୍ଦ ମିର୍ଦ୍ଧାଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ ବୋଲି ସେ ନିଜର ଅସହାୟତା ପ୍ରକାଶ କରିବା ପରେ ଆଜି ସଂକଲ୍ପ ପରିବାର ତରଫରୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଜି ବିଧାୟକ ସଙ୍ଗେ ସଙ୍ଗେ ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ସରକାରଙ୍କର ହରିଶ୍ଚନ୍ଦ୍ର ଯୋଜନା ଦ୍ୱାରା ମିଳୁଥିବା ସହାୟତା ରାଶି ମଧ୍ୟ ଯୋଗାଇ ଦେଇଥିଲେ । ଗୋଟିଏ ଅସହାୟ ପରିବାରକୁ ତାଙ୍କର ଦୁଃଖଦ ସମୟରେ ସାହାଯ୍ୟର ହାତ ବଢ଼ାଇ ଥିବାରୁ ବିଧାୟକଙ୍କୁ ସଂକଲ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଯାଇଛି ।

jittmm
Leave A Reply

Your email address will not be published.