oom

ରମ୍ଭା ଗାୟତ୍ରୀ ଶକ୍ତିପୀଠ, ଡ଼ଃ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଓ ଦେବୀକୃପା ସଫ୍ଟ ଡ୍ରିଂକ୍ସ ତରଫରୁ ବୃକ୍ଷ ରୋପଣ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକ ଅଧିନସ୍ଥ ଡ଼ିମିରିଆ ପଞ୍ଚାୟତର ନୂଆ ବରପଲ୍ଲୀ ଠାରେ ଦେବୀକୃପା ସଫ୍ଟ ଡ୍ରିଂକ୍ସ, ଡ଼ଃ.ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଖଲ୍ଲିକୋଟ ଓ ଗାୟତ୍ରୀ ଶକ୍ତିପୀଠ ରମ୍ଭାର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ରଶ୍ମିତା ଜେନା, ସମ୍ମାନିତ ଅତିଥି ଭାବେ ଡ଼ଃ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦର ସଭାପତି ପୁର୍ଣଚନ୍ଦ୍ର ବେହେରା, ଖଲ୍ଲିକୋଟ ବ୍ଲକ ଚେୟାରମ୍ୟାନ ପ୍ରତିନିଧି ସମାଜସେବୀ ରତ୍ନାକର ସାହୁ, ମସ୍ୟଜୀବୀ ନେତା ଭୀମସେନ ବେହେରା, ମୁଖ୍ୟ ବକ୍ତାଭାବେ ରମ୍ଭା ସାହିତ୍ୟଘର ସମ୍ପାଦକ ପ୍ରକୃତି ବନ୍ଧୁ ଶିକ୍ଷକ ଶେଷଦେବ ବେହେରା ଯୋଗଦେଇ ବୃକ୍ଷ ରୋପଣ ପରି ପବିତ୍ର ଓ ପୁଣ୍ୟ କାର୍ଯ୍ୟକୁ ବୈଶ୍ୱିକ କରୋନା କାଳରେ କ୍ରମାଗତ ଭାବେ ଅଂଚଳରେ କରି ଚାଲିଥିବାରୁ ଉପସ୍ଥିତ ସମସ୍ତ ସାମାଜିକ କର୍ମୀଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହିତ ପ୍ରଚୁର ପରିମାଣରେ ବିଶୁଦ୍ଧ ଅମ୍ଳଜାନ ଆଗାମୀ ଦିନମାନଙ୍କରେ ଉପଲବ୍ଧ ହୋଇପାରିବ ବୋଲି କହିଥିଲେ । ଦେବୀକୃପା ସଫ୍ଟ ଡ୍ରିଂକ୍ସର ପ୍ରୋପାଇଟର ଗୌରୀ ଶଙ୍କର ପାତ୍ର ଓ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ- କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗଗୁରୁ ରବୀନ୍ଦ୍ର ବେହେରା, ଶିକ୍ଷକ ମହାଦେବ ମଲିକ, ଉମାଶଙ୍କର ପାତ୍ର, ସମୀର ରଞ୍ଜନ ଦାସ, ଜିତୁ ବେହେରା କବି ଦଳେଇ, ପ୍ରଫୁଲ ପ୍ରଧାନ, ବନ କର୍ମଚାରୀ ଚିନ୍ତାମଣି ବେହେରାଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ନୀଳାଞ୍ଚଳ ସେନାପତି, ସହଦେବ ଗୌଡ଼ ଓ ବନବାସୀ ସେଠି ଯୋଗଦେଇ ନିମ୍ବ, ଅଁଳା ଓ ଶାଗୁଆନ ଚାରା ରୋପଣ କରିଥିଲେ ।

jittmm
Leave A Reply

Your email address will not be published.