ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟକ ହେଲେ ଟ୍ରାଫିକ୍‌ ହାବିଲ୍‌ଦାର୍‌ ଜୟନ୍ତୀ ସୁନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟକ ହୋଇଛନ୍ତି ଟ୍ରାଫିକ୍‌ ହାବିଲ୍‌ଦାର୍‌ ଜୟନ୍ତୀ ସୁନା । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ବବ୍‌ଜା ଗ୍ରାମର ମଳୟ ପ୍ରଧାନ କୌଣସି କାମରେ ବଲାଙ୍ଗିର ସହରକୁ ଆସିଥିବା ବେଳେ ସ୍ଥାନୀୟ କଚେରୀ ଛକରେ ଏକ ଚାରି ଚକିଆ ଯାନ ତାଙ୍କୁ ଧକ୍କା ଦେବା ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏତିକି ବେଳେ ଟ୍ରାଫିକ୍‌ ହାବିଲ୍‌ଦାର୍‌ ଜୟନ୍ତୀ ସୁନା ତାଙ୍କୁ ତୁରନ୍ତ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ପହଂଚାଇଥିଲେ । ତେବେ ଟ୍ରାଫିକ୍‌ ହାବିଲ୍‌ଦାର୍‌ଙ୍କ ଏଭଳି ମହାନ୍‌ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.