ସମ୍ବଲପୁର ୟୁନିଭର୍‌ସିଟି ବି.କମ୍‌ ପରୀକ୍ଷା ଫଳାଫଳରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ସଫଳତା : ଟପ୍‌ ଟେନ୍‌ରେ ରିୟା ଅଗ୍ରୱାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ୟୁନିଭର୍‌ସିଟି ବିକମ୍‌ ପରୀକ୍ଷା ଫଳାଫଳରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟ ବିଶେଷ ସଫଳତା ପ୍ରଦର୍ଶନ କରିଥିବା ବେଳେ ସିଏନ୍‌ସି.ର ଛାତ୍ରୀ ରିୟା ଅଗ୍ରୱାଲ୍‌ ଟପ୍‌ ଟେନ୍‌ରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରୀ ରିୟା ୮୫% ମାର୍କ (ଇ ଗ୍ରେଡ୍‌) ହାସଲ୍‌ କରି ୯ ସିଜିପିଏ. ରଖିଛନ୍ତି । କେବଳ ଏତିକି ନୁହେଁ, ରିୟା ଅଗ୍ରୱାଲ ସିଏମ୍‌ଏ ଇଣ୍ଟର୍‌ମିଡ଼ିଏଟ୍‌ ଏକ୍‌ଜାମିନେସନ୍‌ ମଧ୍ୟ କ୍ଲିଅର୍‌ କରିଥିବା ବେଳେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ରିୟାଙ୍କ ସଫଳତା ଯୋଗୁଁ ସିଏନ୍‌ସି. କଲେଜର ପରିଚାଳକଙ୍କ ସହ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ମଙ୍ଗଳ କାମନା କରିଛନ୍ତି । ଗତକାଲି ଅପରାହ୍ନରେ ପ୍ରକାଶିତ ଏହି ଫଳାଫଳରେ ଅନ୍ୟ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ସିଏନ୍‌ସି.ର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସଫଳତା ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ସମୁଦାୟ ୨୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଲେଜର ଶତ ପ୍ରତିଶତ ଉତ୍ତୀର୍ଣ୍ଣ ରେକର୍ଡ ବଳବତ୍ତର ରହିଛି । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଅନର୍ସ ୱିଥ୍‌ ଡିଷ୍ଟିନˆସନ୍‌ ରଖି ସଫଳତା ହାସଲ୍‌ କରିଛନ୍ତି । ୧୨ ଜଣ ୬୦ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀ ଅନର୍ସ ସ୍ଥାନ ଅଧିକାର କରିଥିବା ବେଳେ ମାତ୍ର ୩ ଜଣ ସେକେଣ୍ଡ୍‌ କ୍ଲାସ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.