ଭିନ୍ନକ୍ଷମ ଛାତ୍ରଙ୍କୁ ମିଳୁନି ନ୍ୟାୟ : ଥାନାକୁ ଦୌଡି ଦୌଡି ନିରାଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି-ପୁରୀ ଜିଲ୍ଲା ପିପିଲି ଥାନା ଅର୍ନ୍ତଗତ ତେଇସିପୁର ପଂଚାୟତ ପୋଡଙ୍ଗ ଗ୍ରାମର ଚନ୍ଦ୍ରଶେଖର ସେନାପତିଙ୍କ ଭିନ୍ନକ୍ଷମ ପୁଅ ରାଜେଶ ସେନାପତି ସମ୍ବଲପୁର ଜିଲ୍ଲା ଅର୍ନ୍ତଗତ କୃଷି ବିଶ୍ୱବିଦ୍ୟାଳୟ ଚିପିଲିମାର କୃଷି ବିଭାଗର ୨ୟବର୍ଷ ଛାତ୍ର ଭାବେ ଅଧ୍ୟୟନ କରନ୍ତି । କରୋନା ମହାମାରୀ ପାଇଁ ସରକାରଙ୍କ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ନିୟମ ଜାରୀ ହେବାରୁ ନିଜ ଘର ପିପିଲି ଥାନା ଅର୍ନ୍ତଗତ ପୋଡଙ୍ଗଠାରେ ସେ ରହିଯାଇଥିଲେ । ସୂଚନା ଅନୁସାରେ ଭିନ୍ନକ୍ଷମ ଛାତ୍ର ହୋଇଥିବାରୁ ତାଙ୍କ ଚଳପ୍ରଚଳ ପାଇଁ ଏକ ମାତ୍ର ସାହାରା ସ୍କୁଟି ଗାଡିର ଆବଶ୍ୟକତା ରହିଥାଏ । ସେହି ସ୍କୁଟି ଗାଡିଟି ଅଧ୍ୟୟନ କରୁଥିବା ସମ୍ବଲପୁର ଜିଲ୍ଲାର କୃଷି ବିଶ୍ୱବିଦ୍ୟାଳୟ ଚିପିଲିମା ଠାରେ ରଖି ଆସିଥିଲେ । ସ୍କୁଟି ଗାଡିଟିକୁ ସେଠାରୁ ଆଣିବା ପାଇଁ ସମ୍ବଲପୁର ବୁର୍ଲାର ନାଗରାଜ ବସ୍ ଯାହାର ନମ୍ବର (ଓଡି୧୫କେ୦୩୫୫)ରେ ସାଙ୍ଗମାନଙ୍କ ସହାୟତାରେ ବୁକିଂ କରିଥିଲେ । ହଠାତ୍ ସଟ୍‌ ଡାଉନ୍‌ ନିୟମ କଡାକଡି ପାଳନ ପାଇଁ ବସ୍‌ ଚଳାଚଳା ସମ୍ବଲପୁର ଠାରୁ ଭୁବନେଶ୍ୱର ବନ୍ଦ ରହିଲା । ବସର କଣ୍ଡକ୍ଟର ଘର କଟକ ହୋଇଥିବାରୁ ସେ ସ୍କୁଟି ଗାଡିଟିକୁ ଆଣି ଭୁବନେଶ୍ୱର ଠାରେ ପହଂଚାଇ ଦେବା ପ୍ରତିଶୃତୀ ଦେଇ ସେଠାରୁ ସ୍କୁଟି ଗାଡିଟିକୁ ଆଣିଥିଲେ ଏବଂ କଣ୍ଡକ୍ଟର ଫୋନ ନମ୍ବର ୯୦୯୦୩୫୪୦୨୬ରେ ଯୋଗାଯୋଗ କରି ଏପ୍ରିଲ ୩୦ ତାରିଖ ଭୁବନେଶ୍ୱରରୁ ପହଂଚାଇ ଦେବା କହି ସେହି ଦିନ ଠାରୁ ଗାଡିଟିକୁ ନେଇ ଫେରାର ରହିଥିବା ସୂଚନା ମିଳିଛି । ଦେଇଥିବା ଫୋନ୍‌ ନମ୍ବର ସୁଇଜ ଅଫ ରହିଛି । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଭିନ୍ନକ୍ଷମ ଛାତ୍ର ଜଣକ ଏହି ଘଟଣା ସମ୍ପର୍କରେ ପ୍ରଥମେ ମେ ୩୦ ତାରିଖରେ ପିପିଲି ଥାନାକୁ ଜଣାଇଥିଲେ । ସେମାନେ ଘଟଣାଟି ଅନ୍ୟ ଥାନା ଅଂଚଳର କହି ସମ୍ବଲପୁର ବୁର୍ଲା ଥାନାରେ ଅଭିଯୋଗ କରିବାକୁ କହିଥିଲେ । ସଟ୍‌ଡାଉନ୍‌ ନିୟମ ବଳବତର ଥିବାରୁ ଭିନ୍ନକ୍ଷମ ଛାତ୍ର ଜଣକ ସେଠାକୁ ଯାଇ ଘଟଣା ଜଣାଇବା କଷ୍ଟକର ହୋଇଥିବାରୁ ଅନଲାଇନ ମାଧ୍ୟମରେ ଜୁନ ୨୫ ତାରିଖରେ ଘଟଣା ସମ୍ପର୍କରେ ବୁଲା ଥାନାକୁ ଏକ ରିପୋର୍ଟ ପ୍ରଦାନ କରିଥିଲେ । ସଟ୍‌ ଡାଉନ୍‌ ଖୋଲିବା ପରେ ଛାତ୍ର ଜଣକ ବୁର୍ଲା ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା ଭିନ୍ନକ୍ଷମ ଛାତ୍ର ଜଣକ ଦୁଃଖରେ ଜଣାଇଛନ୍ତି । ନିଜର ଏକମାତ୍ର ସାହାରା ସ୍କୁଟି ଗାଡିଟିକୁ ଫେରି ପାଇବା ଦିଗରେ ସହଯୋଗ କରିବା ପାଇଁ ପୁଲିସ ଉଚ୍ଚ କର୍ତୁପକ୍ଷଙ୍କ ନିକଟରେ ସେ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.