ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ : ଅକ୍ଟୋବର ୩ରେ ଭୋଟ ଗଣତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଜି ଭାରତୀୟ ନିର୍ବାଚନ କମିଶନର ଦୁଇ ଦୁଇ ଥର ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ନିର୍ବାଚନ ହେବା ସହ ଅକ୍ଟୋବର ୩ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ବୋଲି କମିଶନର ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ଗତ ବର୍ଷ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ହେତୁ ପିପିଲି ଆସନ ଖାଲି ପଡ଼ିଥିଲା । ଚଳିତ ବର୍ଷ ପିପିଲି ଉପନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟ ସରିଥିଲା, କିନ୍ତୁ ଦୁଃଖର ବିଷୟ ଶେଷ ମୁହୂର୍ତ୍ତରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ହେତୁ ନିର୍ବାଚନ କମିଶନର ଏହାକୁ ସ୍ଥଗିତ କିଛି ଦିନ ପାଇଁ ରଖିଥିଲେ । ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଥିବା ବେଳେ କରୋନାର ଦ୍ୱିତୀୟ ଲହର ସଂକ୍ରମଣରୁ ସୁରକ୍ଷା ପାଇଁ ପିପିଲି ଉପନିର୍ବାଚନକୁ ନିର୍ବାଚନ କମିଶନର ପୁନଃ ସ୍ଥଗିତ ରଖାଯାଇଥିଲା । ୪ ମାସ ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ପିପିଲି ଉପନିର୍ବାଚନ ପାଇଁ ବୀଗୁଲ ବାଜିଛି । ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବା ସହ ଅକ୍ଟୋବର ୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ବୋଲି ଆଜି ନିର୍ବାଚନ କମିଶନର ଘୋଷଣା ପରେ ପିପିଲି-ଡେଲାଙ୍ଗରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି ।

Leave A Reply

Your email address will not be published.