ପିକ୍‌ଅପ୍‌ ଗାଡି ସହ ଶାଳପଟା ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଉର୍ଳାଦାନୀ ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଗାଡି ସହ ୩୦ ଖଣ୍ଡ ଶାଳପଟା ଜବତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଗାଡ଼ିକୁ ଧରିଥିଲେ । ଓଡି୦୭ଏଲ୍‌୧୪୪୪ନମ୍ବର ଏକ ପିକ୍‌ଅପ୍‌ ଗାଡ଼ିରେ ୩୦ଖଣ୍ଡ ଶାଳପଟା ଚୋରା ଚାଲାଣ ହେଉଥିବା ବେଳେ ଧରା ପଡିଛି । ଯାହାର ଆନୁମାନିକ ମୂଲ୍ୟ୧୨ ହଜାର ଟଙ୍କା ହେବ ବୋଲି ଜଣାଯାଏ । ଏହି ଜବତ ବେଳେ ଶ୍ରୀ ଦାଶଙ୍କ ସମେତ ଫରେଷ୍ଟର ରମେଶ ବାଗ, ଦୀପକ ସା, ଫରେଷ୍ଟଗାର୍ଡ଼ ବାଳକୃଷ୍ଣ ଜାଲ, ଉମେଶ ରାଉତ, ଅଭିଳାଶ ଭୋଇ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.