ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ : ୫ଟି ରୁପାନ୍ତିକରଣରେ ସାମିଲ ନେଇ ମନ୍ତ୍ରୀଙ୍କ ପ୍ରତିଶୃତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପବିତ୍ର ଜନ୍ମାଷ୍ଟମୀରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଉତ୍କଳ ସ୍ୱାଭିମାନ ମଚଂର ସଭାପତି ରାଧାକାନ୍ତ ଦାଶ ସଭାପତିତ୍ୱ କରଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟବକ୍ତା ରୁପେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସମ୍ମାନିତ ଅତିଥି ରୂପେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ପୁର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା, ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ମାଧ୍ୟମିକ ଶିକ୍ଷକ ସଂଘର ପ୍ରକାଶ ଚନ୍ଦ୍ର ମାହାନ୍ତି, ଶଙ୍କର ସୁବୁଦ୍ଧି, ସରପଞ୍ଚ କୁନିମଣି ରାଉତରାୟ, କଣାସ ମଠ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ମହାପୁରଷଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ ଦାଶ ଓ ବିଧାୟ ଶ୍ରୀ ସାମନ୍ତରାୟ ମାଲ୍ୟପର୍ଣ କରିବା ସହ ବିଦ୍ୟାଳୟ ପରିସରରେ ଗୁଆ, ଦେବଦାରୁ, ନିମ୍ବ ଓ ନଡିଆ ଚାରା ରୋପଣ ସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦଘାଟନ ପୂର୍ବକ ସୂବର୍ଣ୍ଣ ଜୟନ୍ତୀ ପତକା ଉତୋଳନ କରିଥିଲେ । ଏଥିସହ ପୁରାତନ ଛାତ୍ରଙ୍କ ଅନୁଦାନରେ ମାଧବାଚାର୍ଯ୍ୟ ପାଠାଗାର ଓ ଧୁଳିରାମ ପାଟ୍ଟଶାଣୀ ମଣ୍ଡପକୁ ଲୋକାପର୍ଣ କରିଥିଲେ । ଏହି ଉତ୍ସବରେ ପୁରାତନ ଛାତ୍ର ହୃଷିକେଶ ବଳିଆରସିଂହ ଓ ଶାରୀରିକ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ସଂଯୋଜନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଐତିହ୍ୟ ସମ୍ପର୍କରେ ମନ୍ତ୍ରୀ ଦାଶ ଅବଗତ ହେବା ସହ ବିଦ୍ୟାଳୟକୁ ୫-ଟି ରୁପାନ୍ତିକରଣ ଯୋଜନାରେ ଅର୍ନ୍ତଭୁକ୍ତ କରିବା ସହ ଶିକ୍ଷକ ଅଭାବି ପୁରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରଭାତ ସମୟରେ ଶତାଧିକ ପୁରାତନ ଛାତ୍ରମାନେ ଶୋଭାଯାତ୍ରାରେ ବାହାରୀ ବଣିବକ୍ରେଶ୍ୱର ମନ୍ଦିରରୁ ସୁବର୍ଣ୍ଣ ଜୟନ୍ତି ଜ୍ୟୋତି ଆଣି ବିଭିନ୍ନ ଗାଁ ପରିକ୍ରମା କରି ଶେଷରେ ସ୍କଲ ପରିସରରେ ରଖାଯାଇଥିଲା ଅଗଷ୍ଟ-୩୧ରେ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ଅବସର ନେଉଥିବାରୁ ଏହି ଉତ୍ସବରେ ତାଙ୍କୁ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ସମେତ ବଭିନ୍ନ ଅନୁଷ୍ଠାନ, ଶିକ୍ଷକସଂଘ, ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ଫୁଲତୋଡା, ଉତ୍ତରୀୟ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷା କର୍ମଚାରୀ, ଗଣମାଧ୍ୟମର ସାମ୍ବାଦିକ ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଫୁଲତୋଡା ଓ ଉତ୍ତରୀୟ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହାକୁ ସଫଳ କରିବାରେ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.