jayashree

ଜଳ ଯୋଗାଣ ବିଭାଗର ଅବହେଳା ଯୋଗୁଁ ଚାଷ ଜମି ପଡ଼ିଛି ଶୁଖିଲା ହେଲେ ଗାଁରେ ବୋହୁଛି ନଦୀ ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ଚାଷ ଜମି ଶୁଖିଲା ନୁହେଁ ସୋନଗଡ଼ ନଦୀ ମଧ୍ୟ ଶୁଖିଲା ହେଲେ ସୋନଗଡ଼ ନଦୀରୁ ଗାଁକୁ ଯୋଗାଉଥିବା ପାନୀୟ ଜଳ ଗାଁର ମଧ୍ୟ ଭାଗରେ ୨୪ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପ୍ରଭାବିତ ହେଉଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ଗାଈବାହାଲ ଗାଁରେ । ସୂଚନା ଅନୁସାରେ ଗାଈବାହାଲ ଗାଁକୁ ନିକଟସ୍ଥ ସୋନଗଡ଼ ନଦୀରୁ ଜଳ ଯୋଗାଣ ହୋଇଛି । ପ୍ରତିଦିନ ଗାଁର ଲୋକେ ପିଇବା ପାଇଁ ସଂଗ୍ରହ କରିବାକୁ ଗାଁ ଦାଣ୍ଡରେ ଷ୍ଟେଣ୍ଡ ପୋଷ୍ଟର ବ୍ୟବସ୍ଥା କରାଯାଇଛି ହେଲେ ପାଇପ୍‌ ଲାଇନ୍‌ରେ ନିମ୍ନମାନର କାମ ଓ ଷ୍ଟେଣ୍ଡ ପୋଷ୍ଟରେ ଲଗାଯାଇଥିବା ୧୦ ଟଙ୍କିଆ ପ୍ଲାଷ୍ଟିକ ଟେପ ଯୋଗୁଁ ବାରମ୍ବାର ନ‌ଷ୍ଟ ହେଉଛି କିମ୍ବା ଗାଁର ଅସାମାଜିକ ବ୍ୟକ୍ତିମାନେ ଭାଙ୍ଗି ଦେଉଛନ୍ତି । ଯାହା ଫଳରେ ପାଣିର ମହଙ୍ଗା ଯୁଗରେ ଗାଁ ଦାଣ୍ଡରେ ଚାଲିଯାଉଛି । ଦିନର ୧୨ଘଣ୍ଟା ପାଣି ପ୍ରଭାବିତ ହେଉଥିବାରୁ ମଶା ସଂଖ୍ୟା ବଢିବାରେ ଲାଗିଛି ଯେହେତୁ ଗାଁରେ ଡ୍ରେନ୍‌ ବ୍ୟବସ୍ଥା ନାହିଁ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଗାଁ ଭିତରେ ବ୍ୟବସ୍ଥା କରାଯାଇଥିବା ଷ୍ଟେଣ୍ଡପୋଷ୍ଟର ଟେପ୍‌କୁ ବାରମ୍ବାର ଭାଙ୍ଗି ଦେଉଛନ୍ତି ବୋଲି କହୁଛନ୍ତି । ତେଣୁ ପ୍ରତ୍ୟେକ ଷ୍ଟେଣ୍ଡ‌ ପୋଷ୍ଟରେ ଲୁହାର ଦାମୀ ଟେପ୍‌ ଲଗାଇ ପାଣି ପ୍ରତି ସୁପରିଚାଳନା କରାଯିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.