oom

ଓଡ଼ିଶା କୁକୁଡ଼ା ଚାଷୀ ଉନ୍ନୟନ ଫୋରମର ବୈଠକ ଅନୁଷ୍ଠିତ

jsmm

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୋଲେଟ୍ରି ଫାର୍ମ ଡେଭଲପମେଣ୍ଟ ଫୋରମ, ଓଡିଶା ଆନୁକୂଲ୍ୟରେ ପିପିଲି ୟୁନିଟର ଫନି କ୍ଷତିଗ୍ରସ୍ତ କୁକୁଡା ଚାଷୀ ମାନଙ୍କର ଏକ ବୈଠକ ପିପିଲି ସ୍ଥିତ ରୟାଲ୍ ପ୍ୟାଲେସ୍ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିଏଫ୍‌ଡିଏଫ୍‌ର ଅଧ୍ୟକ୍ଷ କମ୍ରେଡ୍ ଅଶୋକ ପ୍ରଧାନ, ସଂପାଦକ ପ୍ରଦ୍ୟୁମ୍ନ ପରିଡା, ଉପାଧ୍ୟକ୍ଷ ଜନ୍ମଜେୟ ମହାନ୍ତି, ଡେଲାଙ୍ଗ ବ୍ଲକ ସାଖା ସଭାପତି ଗୋପାଳ ସ୍ୱାଇଁ, ସଂପାଦକ ପ୍ରଶାନ୍ତ ପ୍ରଧାନ, ଅନାଦି ସ୍ୱାଇଁ, ବାଇର ସ୍ୱାଇଁ, ପ୍ରମୋଦ ପକେଇ, ଆଲାବକ୍ସ ଖାଁ, ଲକ୍ଷ୍ମିଧର ସ୍ୱାଇଁ, ବାବୁନା ପରିଡା, ସୁଜାତା ନନ୍ଦ, ରଘୁନାଥ ନାୟକ, ରମେଶ ପରିଡା, ଜିତେନ୍ଦ୍ର ଖଟେଇ, ସୁନିଲ୍ ପରିଡା ପ୍ରମୁଖ ଦୁଇ ସହରୁ ଅଧିକ ଫନି କ୍ଷତିଗ୍ରସ୍ତ କୁକୁଡା ଚାଷୀ ଯୋଗ ଦେଇଥିଲେ । ପିପିଲି ବ୍ୟତୀତ ସତ୍ୟବାଦୀ, ନିମାପଡା, ଗୋପାଳ, ଜଟଣୀ, ପୁରୀ ସଦର, କଣାସ ଓ ଡେଲାଙ୍ଗର କୁକୁଡା ଚାଷୀ ଭାଇ ଅଂଶଗ୍ରହଣ କରିଥିଲେ ।ପ୍ରଥମେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ସଭାରେ କୁକୁଡା ଚାଷୀଙ୍କ ପୁନରୁଦ୍ଧାର ପାଇଁ ସ୍‌ସ୍ୱତନ୍ତ୍ର ଫନି ପ୍ୟାକେଜ ଘୋଷଣା କରିଥିବାରୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଅନ୍ୟ ପକ୍ଷରେ ଫନି ବାତ୍ୟା ଯିବାର ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ, ହେଁ ପୁରୀ ଜିଲ୍ଲାର ମୋଟ ଚାରି ସହ ତେୟାଳିଷ ଚିହ୍ନଟ କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ମାତ୍ର ଷୋହଳ ଜଣ ଚାଷୀ ଆଜି ସୁଦ୍ଧା ସହାୟତା ପାଇଥିବା ବିଭାଗୀୟ ଅଧିକାରୀ ମାନଙ୍କର ସରକାରୀ ବିରୋଧୀ ମନମୁଖୀ କାରବାରକୁ ପଦାରେ ପକାଇଥିଲା । ତେବେ ସରକାର ଏହି ରିଲିଫ ପ୍ୟାକେଜର କାର୍ଯ୍ୟକାରୀତାରେ ଅବହେଳା କରିଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୁହ ଚାଷୀ ଦାବୀ କରିଥିଲେ । କୁକୁଡା ଫାର୍ମ ଉପରେ ଟାଟା ପାୱାରର ଚଢାଉ, କାଗଜପତ୍ର ପ୍ରସ୍ତୁତିରେ ସରକାରୀ ଅଧିକାରୀଙ୍କ ଅସହଯୋଗ, ପଜେସନ୍ ସାର୍ଟିଫିକେଟ ପାଇବାରେ ରାଜସ୍ୱ ନିରୀକ୍ଷକଙ୍କ ବେଖାତିର ମନୋଭାବ, ବିନା ସ୍ୱାକ୍ଷର ଥାଇ ଫାଇଲ ଫେରିବା ଇତ୍ୟାଦି ବିଭାଗୀୟ ଅଧିକାରୀଙ୍କର ସମନ୍ୱୟ ଅଭାବରୁ ନାନାଦି ସମିକ୍ଷା ଉପୁଜିଥିବା ଅଧିକାଂଶ ଚାଷୀ ଅଭିଯୋଗ କରିଥିଲେ । ସମସ୍ତ ସମଯ୍ୟାର ସମାଧାନ କରିବା ପାଇଁ ଏହି ପିଏଫ୍‌ଡିଏଫ୍‌ର ଉଦ୍ୟମ ଜାରି ରହିବ ବୋଲି ରାଜ୍ୟ ଅଧ୍ୟକ୍ଷ ଅଶୋକ ପ୍ରଧାନ କହିଥିବା ବେଳେ କୁକୁଡା ଚାଷୀ ସଂଘକୁ ମଜବୁତ କଲେ ଆଗାମୀ ଦିନରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ସଂପାଦକ ପ୍ରଦ୍ୟୁମ୍ନ ପରିଡା କହିଥିଲେ ।

jittmm
Leave A Reply

Your email address will not be published.